ଚଳନ୍ତା କାର ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ...

ଚଳନ୍ତା କାର ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ...

ବୀରମିତ୍ରପୁର, ୦୬/୧୧ : ୧୪୩ ନମ୍ୱର ଜାତୀୟ ରାଜପଥରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳୁଥିଲା କାର୍‌। ଅଳ୍ପକେ ବର୍ତ୍ତୀଗଲେ କାର ଚାଳକ। 

ଝାରଖଣ୍ଡ ରାଜ୍ୟ ସିମଡେଗା ତୁଷାର ଶର୍ମା ନିଜେ କାର୍‌ ଚଲାଇ ରାଉରକେଲା ଅଭିମୁଖେ ଯାଉଥିଲେ। ସାଥୀରେ ଥିରେ ତାଙ୍କ ବାପା ବଜରଙ୍ଗଲାଲ ଶର୍ମା। ତେବେ ୧୪୩ ନମ୍ୱର ଜାତୀୟ ରାଜପଥର ରାମ ପାଲ ଶିବ ମନ୍ଦିର ନିକଟରେ ହଠାତ୍‌ କାରରେ ନିଆଁ ଲାଗି ଯାଇଥିଲା। 

ଧୀରେ ଧୀରେ ନିଆଁ ବ୍ୟାପୁଥିଲା। ଏହା ଦେଖି ପ୍ରଥମେ କାରକୁ ଅଟକାଇ ଥିଲେ। ତା’ପରେ କାର୍‌ ଭିତରୁ ତାଙ୍କ ବାପାଙ୍କୁ ଉଦ୍ଧାର କରିଥିଲେ।

କାର୍‌ଟି ଜାତୀୟ ରାଜପଥରେ ହୁତୁ ହୁତୁ ହୋଇଜଳୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବୀରମିତ୍ରପୁର ଥାନା ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ କେଉଁ କାରଣରୁ କାରରେ ନିଆଁ ଲଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।






Edited by k.s thakur...

Post a Comment

Previous Post Next Post