ଜାଲରେ ଫସିଲା ୫ ଲକ୍ଷ ମୂଲ୍ୟ ର ମାଛ...

ଜାଲରେ ଫସିଲା ୫ ଲକ୍ଷ ମୂଲ୍ୟ ର ମାଛ...

ଜଳେଶ୍ୱର,୦୬/୧୧ : ଜାଲରେ ଫସିଲା ୫ ଲକ୍ଷ ଟଙ୍କିଆ ମାଛ। ମାଲାମାଲ୍‌ ହେଲେ ମତ୍ସ୍ୟଜୀବୀ। ଯେଉଁମାଛକୁ କିଣିଛି କୋଲକାତାର ଏକ ଫାର୍ମା କମ୍ପାନୀ। ମାଛର ଓଜନ ୩୫ କିଲୋଗ୍ରାମ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗ ଦୀଘା ମୁହାଣରୁ ଏହି ମାଛଟି ଧରାପଡ଼ିଛି। ଦୁଇ ଦିନ ତଳେ ପଶ୍ଚିମବଙ୍ଗ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। 

ଦୀଘା ମୁହାଣଠାରୁ ଅଳ୍ପ ଦୂରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ବିରାଟକାୟ ମାଛ ପଡ଼ିଥିଲା। ମାଛର ଓଜନ ୩୫ କିଲୋଗ୍ରାମ ହେବ। ମାଛକୁ ଧରି ଆଜି ସକାଳେ ମତ୍ସ୍ୟଜୀବୀମାନେ କୂଳକୁ ଆସିଥିଲେ। ଏହି ମାଛଟିକୁ କୋଲକାତାର ଏକ ଫାର୍ମା କମ୍ପାନୀ କିଣିଛି। ମାଛର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କରୁ ଊର୍ଦ୍ଧ୍ୱ ହେବ। ଏହି ମାଛର ନାଁ ତେଲିଆ ଭୋଳା ମାଛ।

ତେଲିଆ ଭୋଳା ମାଛ ଚାହିଁଦା ବିଦେଶରେ ରହିଛି। ଏହି ମାଛରୁ ମେଡ଼ିସିନ୍‌ ତିଆରି ହେଉଥିବା ଜଣାପଡ଼ିଛି। ଯେଉଁଥିପାଇଁ ନାମୀଦାମୀ ଫାର୍ମା କମ୍ପାନୀ ଅଧିକ ଟଙ୍କା ଦେଇ ଏହି ମାଛକୁ କିଣୁଛନ୍ତି। ସାଧାରଣତଃ ସବୁବେଳେ ଏହି ମାଛ ଜାଲରେ ପଡ଼େନାହିଁ। କେତେବେଳେ କେମିତି ଜାଲରେ ପଡ଼ିଥାଏ। ଆଉ ମତ୍ସଜୀବୀଙ୍କୁ ମାଲାମାଲ୍‌ କରିଥାଏ। 

ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଏହି ଗଭୀର ସମୁଦ୍ରରେ ମିଳିଥାଆନ୍ତି। ଏମାନେ କେବେହେଲେ କୂଅକୁ ଆସିନଥାଆନ୍ତି। କେବେ କେମିତି ଲହଡି ସହିତ ପଳାଇ ଆସନ୍ତି। ଆଉ ସେହି ସମୟରେ ଜାଲରେ ପଡ଼ି ଯାଆନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।








Edited by k.s thakur...


Post a Comment

Previous Post Next Post