୮୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର, ୮ କଣ୍ଟେନର ଜବତ ସହ ୪ ଗିରଫ...

୮୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର, ୮ କଣ୍ଟେନର ଜବତ ସହ ୪ ଗିରଫ...

ଜଳେଶ୍ବର,୦୫/୧୧ : ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ପୋଲିସ ୮ ଟି କଣ୍ଟେନେର ଟ୍ରକ କୁ ଜବତ କରିବା ସହ ସେଥିରୁ ୮୦୦ ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି।

ଦିନକୁ ଦିନ ବଢିବାରେ ଲାଗିଛି ଗୋ ଚାଲାଣ । ଅତି ଦୟନୀୟ ଭାବେ ଚାଲାଣ ହେଉଛନ୍ତି ଗୋ ମାତା । ୮୦୦ ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ୬୦ ନମ୍ବର ଜାତୀୟ ରାଜପଥ ଦେଇ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କଣ୍ଟେନର ଏବଂ ଟ୍ରକ ସାହାଯ୍ୟରେ ଗୋରୁ ଚୋରା ଚାଲାଣ ବେଳେ ଜଳେଶ୍ବର ଠାରେ ଧରାଯାଇଛି ।

ପୋଲିସ ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ ଏବଂ ଆମ୍ବଳିଅଠା ବେଲି ଗାଁ ନିକଟରୁ ପ୍ରାୟ ୮ଟି କଣ୍ଟେନର ଜବତ ସହ ୪ ଚାଲାଣକାରୀଙ୍କୁ ଗିରଫ କରିଛି । ଦିନକୁ ଦିନ ଏପରି ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ଏପରି ଘଟଣା ବାରମ୍ୱାର ସାମ୍ନାକୁ ଆସୁଛି।





Edited by k.s thakur...


Post a Comment

Previous Post Next Post