ଅବକାରୀ ବିଭାଗର ଚଢ଼ାଉ, ୯୫ ବୋତଲ କୋରେକ୍ସ ସହ ଜଣେ ଗିରଫ...

ଅବକାରୀ ବିଭାଗର ଚଢ଼ାଉ, ୯୫ ବୋତଲ କୋରେକ୍ସ  ସହ ଜଣେ ଗିରଫ...

କଣ୍ଟାବାଞ୍ଜି,୦୪/୧୧ : ବିଗତ କିଛି ବର୍ଷ ରୁ କଣ୍ଟାବାଞ୍ଜି ସହରରେ ମାଦକ ନିଶା ଦ୍ରବ୍ୟ ଖୁଲ୍ମ ଖୁଲା ବିକ୍ରି ହେଉଥିଲା। କିନ୍ତୁ ପ୍ରଶାସନ ର ନିଘା ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ଥିଲା।

ଆଝି ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ କିଛି ଜାଗା ଚଢ଼ାଉ କରି କିଞ୍ଚିତ ମାତ୍ରା ରେ ଅବକାରୀ ବିଭାଗ କୁ ସଫଳତା ମିଳି ପାରିଛି।  ଅବକାରୀ ବିଭାଗ ର ସୂଚନା ଅନୁସାରେ କଣ୍ଟାବାଞ୍ଜି ରେ କିଛି ଜାଗା ଚଢ଼ାଉ କରିବା ପରେ ୯୫ ବୋତଲ କୋରେକ୍ସ ସିରଫ ସହିତ ଜଣକୁ ଗିରଫ କରଯାଇଛି।

ଗିରଫ ଅଭିଯୁକ୍ତ ର ନାଁ  ବିଷ୍ଣୁ ହାତୀ(୨୭ )ବୋଲି ଜଣା ପଡ଼ିଛି। ଏହି ଚଢ଼ାଉ ରେ କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ବଳରାମ ପ୍ରଧାନ,ବଙ୍ଗୋମୁଣ୍ଡା ଅଧିକାରୀ ଦୟାନିଧି ବାରିକ,ଟିଟିଲାଗଡ଼ ଅଧିକାରୀ ମଳୟ ପ୍ରଧାନ,ପାଟଣାଗଢ଼ ଅଧିକାରୀ ସହିତ ଅବକାରୀ ବିଭାଗ ର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।





Edited by k.s thakur...

Post a Comment

Previous Post Next Post