ଯାତ୍ରୀବାହୀ ବସ୍ ଓଲଟିବା ରୁ ୧୦ ଆହତ,୨ ଗୁରୁତର ...

ଯାତ୍ରୀବାହୀ ବସ୍ ଓଲଟିବା ରୁ ୧୦ ଆହତ,୨ ଗୁରୁତର ...

ଖୋର୍ଦ୍ଧା, ୦୪/୧୧ : ଖୋର୍ଦ୍ଧା ବଲାଙ୍ଗୀର  ୫୭ ନମ୍ବର  ଜାତୀୟ ରାଜପଥ ବାଘମାରୀ ନିକଟରେ ଯାତ୍ରୀବାହି ବସ ଔଲଟି ଏହି ଦୁର୍ଘଟଣା ଘଟିଛି। ବଲାଙ୍ଗିରରୁ ଭୁବନେଶ୍ଵର ଆସିବା ବାଟରେ ବସ୍ ଓଲଟି ପଡିବା ରୁ ୧୦ ଆହତ ଓ ଦୁଇ ଗୁରୁତର ଆହତ ହୋଇଛନ୍ତି। 

୧୦ ଯାତ୍ରୀଙ୍କୁ  ଆହତ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ 2ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। 

ତେବେ ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଦ୍ୟମରେ କାଚ ଭାଙ୍ଗି 40ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ 10ଜଣ ଆହତ ହୋଇଥିବା ବେଳେ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି। 10ଜଣ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ 2ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।






Edited by k.s thakur...

Post a Comment

Previous Post Next Post