ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୪ ମୃତ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଘଟଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୪ ମୃତ...

କେନ୍ଦୁଝର,୦୪/୧୧ : କେନ୍ଦୁଝର ଜିଲ୍ଲା ଘଟଗାଁ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଗତ ସନ୍ଧ୍ୟାରେ କାର୍‌ ଉପରେ ମାଡ଼ିଗଲା ହାଇୱା। ଘଟଣା ସ୍ଥଳରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ତାଙ୍କ ଭାଇ ଓ ଅନ୍ୟ ପରିବାରର ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍‌ ଚାଳକ। 

ସୂଚନା ଅନୁସାରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ନାଏକ, ତାଙ୍କ ଭାଇ ଚିତ୍ତରଞ୍ଜନ ନାଏକ ଓ ଅନ୍ୟ ପରିବାରର ୨ ଭାଇ ନରୋତ୍ତମ ସିଂ ଓ ହୃଷିକେଶ ସିଂ କାର୍‌ରେ କେନ୍ଦୁଝରରେ ଚାଲିଥିବା ମୀନାବଜାର ଦେଖିବାକୁ ଯାଉଥିଲେ। 

ତେବେ ୨୦ ନମ୍ୱର ଜାତୀୟ ରାଜପଥର ବଡ଼ପୋଷି ଛକ ନିକଟରେ ସମ୍ମୁଖରୁ ଆସୁଥିବା ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। କାର୍‌ ଚାଳକ ଓ ଅନ୍ୟ ଜଣଙ୍କୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚାଳକ ତପନ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।






Edited by k.s thakur...


Post a Comment

Previous Post Next Post