ବରଗଡ଼ ଧନୁଯାତ୍ରା ମହୋତ୍ସବ ପ୍ରଚାର କମିଟି ର ବୈଠକ...
ବରଗଡ଼,୦୩/୧୧ : ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କାର୍ଯ୍ୟକାରୀ କମିଟିର ବୈଠକ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ହଲ୍ ଠାରେ ଆୟୋଜିତ ହୋଇଯାଇଛି। କମିଟି ର ଆବାହକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କଲ୍ୟାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ମହୋତ୍ସବ ର ୭୫ ବର୍ଷ ପାଳନ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଡି°, ପୋଷ୍ଟର ଲଗା ଯିବା ପାଇଁ ବିଚାର ଆଲୋଚନା ହୋଇଥିଲା।ସେହିପରି ରାଜ୍ୟ ବାହାରେ ମଧ୍ୟ ଏହାର ପ୍ରଚାର ପାଇଁ ପ୍ରୟାସ କରାଯିବ ବୋଲି ବିଚାର ଆଲୋଚନା ହୋଇଥିଲା। ଧନୁଯାତ୍ରା ମହୋତ୍ସବ ଶୋଭାଯାତ୍ରାରେ ଏଥର ୨୦ରୁ ଅଧିକ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବାକୁ, କଳାକାର ଓ ଦଳ ଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ବୈଠକରେ ସହ ଆବାହକ ରବି ନାରାୟଣ ପଣ୍ଡା, ସତ୍ୟ ନାରାୟଣ ପ୍ରଧାନ, ରଞ୍ଜନ କୁମାର ଦେବତା, ଆଶୁତୋଷ ରଥ, ସରୋଜ କୁମାର ଷଡଙ୍ଗୀ, ବଦ୍ରି ପ୍ରସାଦ ସାହୁ, ସନ୍ତୋଷ ଭୋଇ,ଅନନ୍ତ ମଟାରି ,ଏମଡି ନିଜାମ୍ ଓ ଅନ୍ୟାନ୍ୟ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l
(Report : Bijay ku sahu)
Edited by k.s thakur...

