ସୁନେତ୍ର ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୩/୧୧ : ଆଜି ଗୁରୁବାର ସ୍ଥାନୀୟ ସରକାରୀ ନୋଡାଲ ସ୍କୁଲ୍ କଣ୍ଟାବାଞ୍ଜି ଠାରେ ବ୍ଲକ୍ ସ୍ତରୀୟ ଶୁନେତ୍ର ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଅଛି । ଏଥିରେ ଚାରି ଗୋଟି କ୍ଲଷ୍ଟର୍ ଅଧିନସ୍ତ ଥିବା ସମସ୍ତ ସରକାରୀ, ପ୍ରାଇଭେଟ୍ ସ୍କୁଲ ର ୨୩୧ଜଣ ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ଚିକିତ୍ସା କରାଯାଇଥିଲା ।ଏମାନଙ୍କ ମଧ୍ୟରୁ ୪୧ଜଣଙ୍କୁ ଚଷମା ପାଇଁ ଯୋଗ୍ୟ ହେଲେ ଏବଂ ୧୮ଜଣ ଙ୍କୁ D H H କୁ ଉଚ୍ଚ ଚିକିତ୍ସା ପାଇଁ ପଠା ଗଲା ।ଏହି କାର୍ଯ୍ୟକ୍ରମ ର ଡାକ୍ତର ଜୟନ୍ତ ପଟେଲ ଚକ୍ଷୁ ବିଶେଷଜ୍ଞ ପାଟଣାଗଡ, ଚକ୍ଷୁ ସହାୟକ ଟି ଅର୍ ପାତ୍ର, ଟି ଆର୍ ସାହୁ, ଏମ କେ ପାଢ଼ୀ, ବିକାଶ ମେହେର, ଡାକ୍ତର ଯଶୋବନ୍ତ ସେଠ୍ ଉପସ୍ଥିତ ରହି ଚକ୍ଷୁ ଚିକିତ୍ସା ପରୀକ୍ଷା କରିଥିଲେ।
ତୁରେକେଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି ଙ୍କ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ସିଏରସିସି ଦିନେଶ ମହାନନ୍ଦ, ଅମରେନ୍ଦ୍ର ବାଗ,ଅନୁପ କୁମାର ଦାସ, ଗଜୟ କୁମାର ଦାସ, ଅଶୋକ କୁମାର ତରିଆ, ମଧୁସୂଦନ ପଟେଲ BRT ଜ୍ୟୋତି ବିକାଶ ବାରିକ,Brt ସୁନିଲ ସାହୁ, ସମ୍ବିତ ମହାନ୍ତି, ଶାନ୍ତନୁ ବେହେରା, କିଶୋର ବାରିକ,ସୁଶାନ୍ତ ରାଉତ, ରମେଶ ସାହୁ, ଜ୍ୟୋତି କାନ୍ତ ବନୀୟ , ପୂର୍ଣ୍ଣ ଚନ୍ଦ୍ର ତନ୍ତୀ, କିଶୋର ବରିହା, ଅଞ୍ଜଳି ମାଝୀ, ରୁବୀ ବାଗ, ରିନା ମେହେର, ତୁକାରାମ ଜାଲ ସମସ୍ତ ବ୍ୟବସ୍ଥା କୁ ପରିଚାଳନା ରେ ସହଯୋଗ କରିଥିଲେ ।
Edited by k.s thakur...

