କଣ୍ଟାବାଞ୍ଜି ଡାକ୍ତରଖାନା ସମସ୍ୟା ୧୩ ଦଫା ଦାବୀ ନେଇ ପ୍ରେସକ୍ଲବ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ, ଅନେକ ସଂଗଠନ ର ସମର୍ଥନ...

କଣ୍ଟାବାଞ୍ଜି ଡାକ୍ତରଖାନା ସମସ୍ୟା ୧୩ ଦଫା ଦାବୀ ନେଇ  ପ୍ରେସକ୍ଲବ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ, ଅନେକ ସଂଗଠନ ର ସମର୍ଥନ...

କଣ୍ଟାବାଞ୍ଜି,୦୭/୧୧: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡ଼ାକ୍ତରଖାନା ର ଅବ୍ୟବସ୍ଥା ବିରୁଦ୍ଧରେ ୧୩ଦଫା ଦାବୀ ନେଇ ଡାକ୍ତରଖାନା ସମ୍ମୁଖୀନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ବସିଛି ପ୍ରେସ କ୍ଲବ୍ କଣ୍ଟାବାଞ୍ଜି । 

ଏ ନେଇ ପୂର୍ବ ରୁ ସ୍ଥାନୀୟ ତହସିଲଦାର ଙ୍କ ଜରିଆ ରେ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦିଆଯାଇଥିଲା ଦାବି ଉପରେ ସମାଧାନ କରିବା ବଦଳ ରେ କଣ୍ଟାବାଞ୍ଜି ରେ କାର୍ଯ୍ୟରତ ୨ ଡାକ୍ତର ଦେବାଶିଷ ତ୍ରିପାଠୀ,ଡାକ୍ତର ମନୀଷ ହୋତା ଙ୍କୁ ବଦଳି କରିବା କୁ ସଂଗଠନ ନିନ୍ଦା କରିଛି ।  

ପ୍ରମୁଖ ଦାବୀ ଗୁଡିକ ହେଲା କଣ୍ଟାବାଞ୍ଜି ଡାକ୍ତରଖାନା ର ଡାକ୍ତର ସହିତ ସମସ୍ତ କର୍ମଚାରି କୁ ବାୟୋମେଟ୍ରିକ ଉପସ୍ଥାପନ ବାଧ୍ୟତା ମୂଳକ କରିବା,ଡାକ୍ତର ଡ୍ୟୁଟି ଚାର୍ଟ ସାର୍ବଜନୀକ କରାଯାଉ,ସମସ୍ତ ବିଶେଷଜ୍ଞ ଡାକ୍ତର ଙ୍କ ବହି ବିଭାଗ ସକାଳ ଓ ସନ୍ଧ୍ୟା ରେ କରାଯାଉ. କଣ୍ଟାବାଞ୍ଜି ଡାକ୍ତରଖାନା ରେ ଥିବା ଏମସିଏଚ୍ ରେ ବହୁ ଅବ୍ୟବସ୍ଥା ଲାଗୁ ରହିଛି ତାହା ତୁରନ୍ତ ପ୍ରତିକାର କରିବା,କଣ୍ଟାବାଞ୍ଜି ଡାକ୍ତରଖାନା ରେ ଆସିଥିବା ନୂଆ ଏକ୍ସିରୀଆ ମେସିନ ଖତ ଖାଉଛି ଏହା କୁ ଅବିଲମ୍ୱ ଆରମ୍ଭ କରିବା, କଣ୍ଟାବାଞ୍ଜି ଡାକ୍ତରଖାନା ରେ ଖାଲି ଥିବା ସମସ୍ତ କର୍ମଚାରି ପଦବୀ ତୁରନ୍ତ ପୂରଣ କରିବା , କଣ୍ଟାବାଞ୍ଜି ଡାକ୍ତର ଖାନା ମହିଳା ଶିଶୁ ପ୍ରସୂତି ବିଶେଷଜ୍ଞ ଙ୍କ ବହି ବିଭାଗ ପ୍ରତିଦିନ କରିବା,କଣ୍ଟାବାଞ୍ଜି PPC ରେ ସ୍ଥାୟୀ ଭାବେ LHB ଓ ଅନ୍ୟ କର୍ମଚାରୀ ନିଯୁକ୍ତି କରିବା, କଣ୍ଟାବାଞ୍ଜି ଡାକ୍ତରଖାନା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି ଏହା ଉପରେ ଦୃଷ୍ଟି ନିୟମିତ ଦିଆଯାଉ,ପାଣି ସମସ୍ୟା ମଧ୍ୟ ପ୍ରତିକାର କରିବା,

ଡାକ୍ତରଖାନା ରେ ଡାକ୍ତର ମାନେ ଅନ୍ତ ବିଭାଗ ରୋଗୀ ସେବା ପାଇଁ ରାଉଣ୍ଡ କରୁ ନାହାନ୍ତି ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟ ରେ ରାଉଣ୍ଡ କରାଯିବା ,ନିଦାନ ଓ ନିରାମୟ ସେବା ୨୪×୭ ଯୋଗାଇ ଦିଆଯିବା,ଡାକ୍ତରଖାନା ରେ ଲେବର ରୁମ୍ ( ପ୍ରସବ ଗୃହ) ଓ ଡ୍ରେସିଂଗ ରୁମ୍ ରେ ବ୍ୟାପକ ଭାବେ ଅର୍ଥ କାରବାର ହେଉଛି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବା, ଡାକ୍ତରଖାନା ସମସ୍ତ କର୍ମଚାରୀ ଙ୍କୁ ୟୁନିଫମ ଓ ଆଇଡେନ୍ଟି କାର୍ଡ ବାଧ୍ୟତାମଳକ କରାଯିବା, କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଖାନା କୁ ଉପଖଣ୍ଡ ଡାକ୍ତରଖାନା ର ମାନ୍ୟତା ଦିଆଯିବା ପ୍ରମୁଖ ଦାବି କରିଛି। 

ଆଜିର ଏହି ଆନ୍ଦୋଳନ କୁ ସମର୍ଥନ କରି ଜୟ ମାଁ ଦୁଆରସନୀ ଯୁବକ ସଂଗଠନ(ଦାବ୍ରି),ରାମସେନା(କଣ୍ଟାବାଞ୍ଜି),LDA ସଂଗଠନ(କଣ୍ଟାବାଞ୍ଜି), ଅଶୋକ ସମ୍ରାଟ ଫାଉଣ୍ଡେସନ ଓ  କୋଶଳ ମୁକ୍ତି ମୋର୍ଚ୍ଚା କଣ୍ଟାବାଞ୍ଜି ଶାଖା ସଭାପତି ରଞ୍ଜନ ମହାପାତ୍ର, ରାଜୁ ବାରିକ, ଜତିନ ମାହାନ୍ତି, କାନ୍ହା ଦିପ, ବିଧୁଭୁଷଣ ଗୁରୁ, ରାଜ ଗୁରୁ,ରାହୁଳ ପୁଟେଲ, ରାମସେନା ପକ୍ଷରୁ ପପୁ ଜୁଏଡ, ପ୍ରକାଶ ପ୍ରଧାନ, ସମ୍ରାଟ ଅଶୋକ ଫାଉଣ୍ଡେସନ , ଏଲ୍,ଡିଏ ପ୍ରତିଷ୍ଠାତା ଳବ ସୁନା, ଭଜ ସିପକା, ରାଜେନ୍ଦ୍ର ଦୀପ, ବିପିନ ନାଗ,ଦିଳିପ ନାଗ, ଛଟୁ ମାହାନନ୍ଦ, ଓ ମାଁ ଦ୍ୱାରସେନି ୟୁଥ କ୍ଲବ ରାଜୁ ଛତ୍ରିଆ ,ସଭାପତି ରାଜୁ ଛତ୍ରିଆ,ସଂପାଦକ  ନନ୍ଦୀ କିଶୋର ଚଦନ, ସହ ଆଇନଜୀବୀ ବିଷ୍ଣୁ ପ୍ରାସାଦ ଶର୍ମା, ସମାଜିକ ସେବି ବିଜୟ ବଂଶଲ ସହ ସତାଧିକ ସମାଜିକ ସଂଗଠନ କର୍ତ୍ତାସହ ଜନ ସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।






Edited by k.s thakur...

Post a Comment

Previous Post Next Post