୧୦ଟି ଗାଁର ଲୋକେ ଫ୍ଲୋରାଇଡ଼ ପାଣି ପିଇ ଭୋଗୁଛନ୍ତି ବାର୍ଦ୍ଧକ୍ୟ...

୧୦ଟି ଗାଁର ଲୋକେ ଫ୍ଲୋରାଇଡ଼ ପାଣି ପିଇ ଭୋଗୁଛନ୍ତି ବାର୍ଦ୍ଧକ୍ୟ...

ବାଲେଶ୍ୱର,୦୭/୧୧ : ପଞ୍ଚାୟତର 10ଟି ଗାଁର ଲୋକେ ଏବେ ଫ୍ଲୋରାଇଡ଼ ପାଣି ପିଇ ଭୋଗୁଛନ୍ତି ବାର୍ଦ୍ଧକ୍ୟ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବାଲିପାଳ ପଞ୍ଚାୟତରେ ଫ୍ଲୋରାଇଡ଼ ଆତଙ୍କ ଦେଖାଦେଇଛି। ଲୋକେ ପିଉଛନ୍ତି ଫ୍ଲୋରାଇଡ ଯୁକ୍ତ ପାଣି। 

ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଏବେ ହାତ ଗୋଡ ଗଣ୍ଠି ବଥା, ଗୋଡ଼ ବଙ୍କା ହୋଇଯିବା, ମେରୁଦଣ୍ଡ ବଙ୍କା ସହ 20/25ବର୍ଷ ଯୁବକ ଯୁବତୀ ଭୋଗୁଛନ୍ତି ବାର୍ଦ୍ଧକ୍ୟ। ଗାଁ ଲୋକେ ପ୍ରଶାସନ ଠୁ ଆରମ୍ଭ କରି ରାଜନେତାଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନି। ଯାହାକୁ ନେଇ କୁନି କୁନି ପିଲାଙ୍କ ଭବିଷ୍ୟତ ନେଇ ଏବେ ଚିନ୍ତାରେ ଗ୍ରାମବାସୀ।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ଲୋକେ ପାଣି ଟୋପେ ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି। ଏ ସମସ୍ୟା ଏ ଅଞ୍ଚଳର ନୂଆ ନୁହଁ। ଦୀର୍ଘ 20ବର୍ଷ ହେବ ଗାଁର ଲୋକେ ବିଷ ପାଣି ପିଉଥିବା ଅଭିଯୋଗ କରିଛନ୍ତି। 

ଏଠାକାର ପାଣିରେ ଫ୍ଲୋରାଇଡ଼ ବାହାରୁଥିବାରୁ ଗାଁର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି 12/13 ବର୍ଷର ଯୁବକମାନେ  ପାଲଟି ଯାଉଛନ୍ତି ବୃଦ୍ଧ। କାହାର ଦାନ୍ତ କଷ ପଡିଯାଉଛି ତ କାହାର ସମ୍ପୂର୍ଣ୍ଣ ଦେହ ବଙ୍କା ପଡିଯାଉଛି। ଆଉ କାହାର 30/40ବୟସରେ ମୃତ୍ୟ ହେଉଛି। ସରକାରୀ ବାବୁ ଓ ସରକାରଙ୍କୁ ବାରମ୍ବାର ଗ୍ରାମବାସୀ ମାନେ ହାରି ଗୁହାରି ହୋଇ ଏହାର ସ୍ଥାୟୀ ସମାଧାନ ପାଇଁ ଜଣାଇଛନ୍ତି। ହେଲେ ଲୋକଙ୍କ ଜୀବନ ପାଇଁ ସରକାର ଟିକେ ବି ଚିନ୍ତା କରୁନାହାନ୍ତି।

ସେପଟେ କେନ୍ଦ୍ର ସରକାର 2024 ସୁଦ୍ଧା ଦେଶର ସମସ୍ତଙ୍କ ଘରକୁ ହର ଘର ଜଳ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଲକ୍ଷ ରଖି କୋଟି କୋଟି ଟଙ୍କାର ରାଜ୍ୟ ସରକାରଙ୍କୁ ଦେଉଥିଲେ ସୁଦ୍ଧା ରାଜ୍ୟ ସରକାର ଦୀର୍ଘ 20ବର୍ଷରୁ ଉର୍ଦ୍ଧ ସମୟ ଶାସନରେ ଥିବାବେଳେ ଲୋକଙ୍କୁ ପିଇବା ପାଣି ଟୋପେ ନ ପହଞ୍ଚାଇ ପାରିବା ଦୁର୍ଭାଗ୍ୟର ବିଷୟ। 

ରେମୁଣା ପତ୍ରିପାଳ ପଞ୍ଚାୟତର ଲୋକେ ଏ ନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବହୁବାର ଆନ୍ଦୋଳନ କରିଥିଲେ ସୁଦ୍ଧା ସରକାର ସେମାନଙ୍କ ଜୀବନ ପ୍ରତି  ଧ୍ୟାନ ନ ଦେଇ କେବଳ ଭୋଟ ପାଇଁ ବିଭିନ୍ନ ପ୍ରତିଶ୍ରୁତିର ପାହାଡ଼ ଠିଆ କରେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।






Edited by k.s thakur...

Post a Comment

Previous Post Next Post