କଣ୍ଟାବାଞ୍ଜି ରେ ଅଖିଳ ଭାରତୀୟ ଗୋଂଡ଼ୱାନା ଗୋଂଡ଼ ମହାସଭା ଅନୁଷ୍ଠିତ...

କଣ୍ଟାବାଞ୍ଜି ରେ ଅଖିଳ ଭାରତୀୟ ଗୋଂଡ଼ୱାନା ଗୋଂଡ଼ ମହାସଭା ଅନୁଷ୍ଠିତ...

କଣ୍ଟାବାଞ୍ଜି , ୦୭/୧୧ : କଣ୍ଟାବାଞ୍ଜି  ଜି.ଆର ପ୍ଲେସ ନୂଆପଡା ରେ ରବିବାର ଦିନ ଅଖିଳ ଭାରତୀୟ ଗୋଂଡ଼ୱାନା ଗୋଂଡ଼ ମହାସଭା ଅନୁଷ୍ଠିତ ହୋଇଯାଇଛି।  

ଏଥିରେ ରାଜ୍ୟ ଗୋଂଡ଼ୱାନା ଗୋଂଡ଼ ସଭାପତି ମହେନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ଓଡିଶା ରାଜ୍ୟ ଅଖିଳ ଭାରତୀୟ ଗୋଂଡ଼ୱାନା ଗୋଂଡ଼ ମହାସଭା ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଖାମ ସିଂ ମାଝୀ ରାଷ୍ଟ୍ରୀୟ ଗୋଂଡ଼ୱାନା ଗୋଂଡ଼ ମହାସଭାର ଉପ ସଭାପତି,ଏବଂ ସମ୍ମାନିତ ଅତିଥିଭାବେ ଓଡିଶା ରାଜ୍ୟ  ଗୋଂଡ଼ୱାନା ଗୋଂଡ଼ ମହାସଭା ର ଉପ ସଭାପତି ପିଆରେମୋହନ ନାୟକ, ଗିରିରାଜ ସିଂ ମାଝୀ(ସମିତି ସଭ୍ୟ) ଯୋଗ ଦେଇଥିଲେ ଏବଂ ଅନେକ ଜିଲ୍ଲା ର ସଭାପତି, ଉପ ସଭାପତି, ଏବଂ ଅନେକ ବ୍ଲକ ସଭାପତି, ଉପସଭାପତି ଉପସ୍ଥିତ ଥିଲେ ।

ଏହା ସହିତ ଗୋଂଡ଼ୱାନା ଗୋଂଡ଼ ମହାସଭା ରେ ସମାଜ ର ଅନେକ ବିଷୟରେ ଆଲୋଚନା ହେଲା ଆଉ ସବୁ କ୍ଷେତ୍ରରେ କେମିତି ଆଗେଇ ଯିବାପାଇଁ ଏବଂ କେମିତି ସଂଗଠନ ମଜବୁତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା। 





Edited by k.s thakur...

Post a Comment

Previous Post Next Post