ସର ମାଡ଼ରେ ଗର୍ଭବତୀ ମାଁ ହାତୀ ସହ ଶିଶୁର ମୃତ୍ୟୁ...

ସର ମାଡ଼ରେ ଗର୍ଭବତୀ ମାଁ ହାତୀ ସହ ଶିଶୁର ମୃତ୍ୟୁ...

ତେଲକୋଇ, ୦୮/୧୧ : ଓଡିଶା ରେ ଦିନକୁ ଦିନ ହାତୀ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। କେବେ ଶିକାରୀ ଗୁଳିରେ ତ କେବେ କୌଣସି ରୋଗରେ ଆକ୍ରାନ୍ତ ହୋଇ। ଆଉ  ଏବେ ସର ମାଡ଼ରେ ମାଆ ସହ ଗର୍ଭସ୍ଥ ଶିଶୁ ହାତୀର ଜୀବନ ଗଲା। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଶିକାରୀ ସରଟି ହାତୀର ଗର୍ଭାଶୟରେ ଥିବା କୁନି ହାତୀ ଦେହରେ ବାଜିଥିଲା। ଯାହାଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମାଆ ହାତୀ ପ୍ରସବ କରିଥିଲା। ଆଉ ତା’ପରେ ଉଭୟ ମାଆ ଓ ଛୁଆ ହାତୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
     Ad..



ତେଲକୋଇ ରେଞ୍ଜ ତାଳପଦା ସେକ୍ସନ କଳାପାଟ ସଂରକ୍ଷିତ ଜଙ୍ଗଲରେ ମାଆ ଓ ଛୁଆ ହାତୀର ମୃତ୍ୟୁ ହୋଇଛି। ଆଜି ସକାଳେ ବନ ବିଭାଗ ମୃତଦେହ ଠାବ କରିଛି। ବନ କର୍ମଚାରୀମାନେ ପାଟ୍ରୋଲିଂରେ ଯାଇଥିବା ବଳେ ମାଆ ଓ ଛୁଆ ହାତୀ ମାରି ପଡ଼ିଥିବା ଦେଖିବାକୁ ପାଇଥିଲେ। ମାଆ ହାତୀ ଛୁଆ ଜନ୍ମ ଦେଇ ମରି ଯାଇଥିବା ଅନୁମାନ କରାଯାଉଥିଲା। ତେବେ ହାତୀର ବ୍ୟବଚ୍ଛେଦ କଲା ବେଳେ ପେଟରୁ ଗୋଟିଏ ତୀର ବାହାରି ଥିଲା। ଶିକାରୀମାନଙ୍କ ତୀର ମାଡ଼ରେ ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା।

ତେବେ ପୋଷ୍ଟମର୍ଟମ କରିଥିବା ଡାକ୍ତର ଓ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌.ଡି. ଧନରାଜଙ୍କ ସୂଚନା ଆନୁସାରେ ହାତୀର ବାମ ପେଟରେ ତୀର ମାଡ଼ ହୋଇଥିଲା। ତୀରଟି ହାତୀର ପାକସ୍ଥଳୀକୁ ନଷ୍ଟ କରି ଗର୍ଭାଶୟକୁ ମଧ୍ୟ କ୍ଷତି ପହଞ୍ଚାଇ ଥିଲା। ତେଣୁ ସମୟ ପୂର୍ବରୁ ହାତୀ ଛୁଆ ଜନ୍ମ ଦେଇଥିଲା। ଯେଉଁଥିପାଇଁ ଉଭୟ ମାଆ ହାତୀ ଓ ଶାବକର ମୃତ୍ୟୁ ହୋଇଥିଲା। ହାତୀକୁ ପୋଷ୍ଟମର୍ଟମ ପରେ ଜଙ୍ଗଲରେ ପୋତି ଦିଆଯାଇଛି। ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନାଙ୍କ ବିରୋଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






Edited by k.s thakur...

Post a Comment

Previous Post Next Post