ବାଦୁଡ଼ି ଜାଲରେ ଫସିଲା ବିରଳ ପ୍ରଜାତିର ପେଚା,ଉଦ୍ଧାର କଲେ ବନବିଭାଗ ଅଧିକାରୀ...

ବାଦୁଡ଼ି ଜାଲରେ ଫସିଲା ବିରଳ ପ୍ରଜାତିର ପେଚା,ଉଦ୍ଧାର କଲେ ବନବିଭାଗ ଅଧିକାରୀ...

କଣ୍ଟାବାଞ୍ଜି,୦୮/ ୧୧ : କଣ୍ଟାବାଞ୍ଜି ରୁ ଗୁଡିଘାଟ ରୋଡ଼ ରେ ଥିବା ବାଳକ ହାଇସ୍କୁଲ ପଡିଆ ରେ ବାଦୁଡ଼ି ଧରିବା ପାଇଁ ଜାଲ ବିଛା ଯାଇଥିଲା ହେଲେ ବାଦୁଡ଼ି ବଦଳରେ ଫସିଗଲା ବିରଳ ପ୍ରଜାତିର ପେଚା।ସୂଚନା ଅନୁସାରେ  ରବିବାର ରାତିରେ କେହି ଜଣେ ଲୋକ ବାଦୁଡ଼ି ଧରିବାକୁ ଜାଲ ବିଛେଇ ଥିଲେ ।  ହେଲେ ସୋମବାର ସକାଳୁ ଯାଇ ଉକ୍ତ ବ୍ୟକ୍ତି ଜଣକ ଜାଲରେ ବାଦୁଡ଼ି ଲାଗିଛି କି ନାହିଁ ଦେଖିବାକୁ ଯାଇଥିବା ବେଳେ ବାଦୁଡ଼ି ବଦଳରେ ଏକ ବିରଳ ପ୍ରଜାତିର ପେଚା ଫସିଯାଥିବା ଦେଖି ପ୍ରଥମେ ଡରି ଯାଇଥିଲେ, ପରେ ପେଚାଟିକୁ ଜାଲ ରୁ ଖୋଲି ଉଦ୍ଧାର କରିବା ପରେ ପେଚା କୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା । 

   Ad..



ଉକ୍ତ ବ୍ୟକ୍ତି ଜଣକ ପେଚା କୁ ଏକ ରସି ଦ୍ୱାରା ବାନ୍ଧି ରଖିଥିବାବେଳେ କିଛି ସମୟ ପରେ ନିକଟରେ ଥିବା କୋଣସି ଘଞ୍ଚ ଜଙ୍ଗଳକୁ ନେଇ ଛାଡି ଦେବେ ବୋଲି ସୂଚନା ଦେଇଥିଲେ ।ହେଲେ ସ୍ଥାନୀୟ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି ରେଞ୍ଜ ଅଫିସରେ ଉପସ୍ଥିତ ନ ଥିବା ବେଳେ ତାଙ୍କର ଫରେଷ୍ଟର ଚନ୍ଦ୍ରକାନ୍ତି ସୁନା କୁ ଖବର ଦେବାରୁ ସେ ଘଟଣା ସ୍ଥଳ ରେ ପହଞ୍ଚି ପେଚାକୁ ଉଧାର କରିଥିଲେ ।

କୌଣସି କାରଣରୁ ପେଚାର ଗୋଟିଏ ଗୋଡ କ୍ଷତ ସୃଷ୍ଠୀ ହୋଇ ରକ୍ତ ସ୍ରାବ ହେଉଥିବାରୁ ପ୍ରଥମେ ପେଚାଟିକୁ ନେଇ ପଶୁ ଡାକ୍ତର ଖାନାକୁ ନେଇ ପ୍ରଥମେ ତାର ଚିକିସ୍ସା କରାଇ ଆଜି ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ଏ ଭଳି ବିରଳ ପ୍ରଜାତିର ପେଚା ଏହି ଅଞ୍ଚଲରେ ଦେଖିବାକୁ ମିଳୁଥିବାବେଳେ ଏମାନଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଦ୍ରୁଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି ।






Edited by k.s thakur...

Post a Comment

Previous Post Next Post