୫ ଲକ୍ଷ ଟଙ୍କା ଲୁଟ ଘଟଣା, ୨ ଲୁଟେରା ଗିରଫ...
ପଟଣାଗଡ,୦୮/୧୧: ପାଟଣାଗଡ ପାଢେଲ ଗାଁର ଜଣେ କପାଚାଷୀ ସର୍ବେଶ୍ବର ପଟେଲ ପାଟଣାଗଡ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ରୁ ୫ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରିଥିଲେ। ରାମଜିଛକରେଥିବା ଏକ ଲୁଗା ଦୋକାନରୁ ମାର୍କେଟିଙ୍ଗ କରିସାରି ଗାଡିରେ ବସୁଥିବା ବେଳେ ତାଙ୍କୁ ଲୁଟେରା ମାନେ ଜଗି ରହିଥିଲେ। ଏକ ହଳଦିଆରଙ୍ଗର ବାଇକରେ ଦ୍ରୁତଗତିରେ ଆସି ଟଙ୍କା ବ୍ୟାଗ ଲୁଟି ବଲାଙ୍ଗିର ରାସ୍ତାରେ ଫେରାର ମାରିଥିଲେ।Ad...
ଏହି ଖବର ବାବଦରେ ପାଟଣାଗଡ ପୋଲିସ ସୂଚନା ପାଇଁ ବଲାଙ୍ଗିର ସଦର ଏସଡିପିଓ ତୋଫନ ବାଗଙ୍କୁ ଖବର ଦେଇଥିଲେ। ଶ୍ରୀ ବାଗ ବଲାଙ୍ଗିର ପଟୁ ଚୁଡାପାଲି ଆଡକୁ ଆସୁଥିଲେ। ଲୁଟ୍ ସୂଚନା ପାଇ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଏସଡିପିଓଙ୍କୁ ଚକମା ଦେଇ ସେମାନେ ବଲାଙ୍ଗିର ମୁହାଁ ହୋଇଥିଲେ। କିନ୍ତୁ ସଦର ଥାନା ପୁଲିସ ବାଇକ, ଟଙ୍କା ସହ ୨ଜଣଙ୍କୁ କାବୁ କରି ନେଇଥିଲା।
ପୋଲିସ ସୂଚନା ଅନୁସାରେ ୨ ଜଣ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଆସ୍କାର ଏ ସିଦ୍ଧୁ ଓ ଯାଜପୁରର ବିଜୟ ଦାସ। ସେମାନଙ୍କ ଠାରୁ ଏକ ହଳଦିଆ ରଙ୍ଗର ପଲସର ବାଇକ ସହ ୫ ଲକ୍ଷ ଟଙ୍କା ଓ ଏକ ମୋବାଇଲ ଜବତ କରିଥିବା ବଲାଙ୍ଗିର ଏସଡିପିଓ ତୋଫାନ ବାଗ ପାଟଣାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ।
Edited by k.s thakur...


