କଣ୍ଟାବାଞ୍ଜି ଏନଏସି ର ଆବର୍ଜନା ଦାବ୍ରି ଗାଁ ରେ ପକେଇବା କୁ ବିରୋଧ କରି ତହସିଲଦାର ଙ୍କୁ ଜ୍ଞାପନ...
କଣ୍ଟାବାଞ୍ଜି,୦୮/୧୧ : କଣ୍ଟାବାଞ୍ଜି ଏନଏସି ର ଆବର୍ଜନା କୁ ଦାବ୍ରି ଗାଁ ନିକଟରେ ଫିଙ୍ଗା ଯିବା କୁ ବିରୋଧ କରି ସ୍ଥାନୀୟ ତହସିଲଦାର ଙ୍କୁ ଜ୍ଞାପନ ପତ୍ର ଦେଇଛନ୍ତି ଦାବ୍ରି ଗ୍ରାମ ର ମାଁ ଦୁଆରସନୀ ୟୁଥ କ୍ଲବ ର ସମସ୍ତ ସଦସ୍ୟ।
Ad...
ଜ୍ଞାପନ ପତ୍ର ରେ ଲେଖା ଯାଇଛି ଯେ କଣ୍ଟାବାଞ୍ଜି ଏନଏସି ର ମଇଳା ଆବର୍ଜନା ଆଣି ଦାବ୍ରି ଗ୍ରାମ ନିକଟରେ ପକା ଯାଉଛି। ଯାହା ଦ୍ୱାରା ଦାବ୍ରି ଗ୍ରାମର ଲୋକମାନେ ମେଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଭୟା ବହ ରୋଗର ଶିକାର ହେଉଛନ୍ତି। ତେଣୁ କରି ସଂଗଠନ ପକ୍ଷରୁ ଏହାକୁ ବିରୋଧ କରିବା ସହିତ ମଇଳା ଆବର୍ଜନା କୁ କୌଣସି ଅନ୍ୟ ସ୍ଥାନରେ ଫିଙ୍ଗି ବାକୁ କୁହାଯାଇଛି।
ସ୍ଥାନୀୟ ତହସିଲଦାର ଙ୍କୁ ଜ୍ଞାପନ ଦେବା ସମୟରେ ସଙ୍ଘ ସଭାପତି ରାଜୁ ଛତ୍ରିଆ,ସଂପାଦକ ନନ୍ଦୀ କିଶୋର ଚଦନ,ସହ ସଭାପତି ବୈକୁଠ କୁଁଅର,ଲାଏବ୍ରେନ୍ ଆକାଶ ନାଗ, ସ୍କୁଲ୍ ସଭାପତି ବିଷ୍ଣୁ ଗହୀର,ଜିତେନ୍ ଚନ୍ଦନ, ଶଶୀ ଚନ୍ଦନ, ପ୍ରଧୁମ୍ ନିଆଲ୍,ମନୋଜ ନାଗ,ଗଣେଶ ନାଗ, ଓକିଲ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...


