କେନସର ସରଭାଇବର୍ସ ଙ୍କ ପାଇଁ ବିକଳ୍ପ ଜୀବନ ର ପରିକଳ୍ପନା: ଫାଇଟର୍ସ ଗୃପ ମୋଟିଭେସନାଲ କାର୍ଯ୍ୟଶାଳା ଆୟୋଜନ କରିବ...

କେନସର ସରଭାଇବର୍ସ ଙ୍କ ପାଇଁ ବିକଳ୍ପ ଜୀବନ ର ପରିକଳ୍ପନା: ଫାଇଟର୍ସ ଗୃପ ମୋଟିଭେସନାଲ କାର୍ଯ୍ୟଶାଳା ଆୟୋଜନ କରିବ...

ବରଗଡ, ୦୮/୧୧ : ବରଗଡ଼ ଫାଇଟର୍ସ ଗୃପ ପକ୍ଷରୁ ଗତ ଅକ୍ଟୋବର ମାସରେ ବିଶ୍ବ ସ୍ତନ କର୍କଟ ସଚେତନତା ମାସ ଅବସର ଏକ ଡିଜିଟାଲ ସଚେତନତା କେମ୍ପେନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେବଳ ବରଗଡ କିମ୍ବା ଓଡ଼ିଶା ନୁହଁ ଦେଶ ବାହାର ମହିଳା ମାନଙ୍କ ଠାରୁ ମଧ୍ଯ ଯଥେଷ୍ଟ ସମର୍ଥନ ମିଳିଛି। ଏବେ ଫାଇଟର୍ସ ଗୃପ ପକ୍ଷରୁ କେନସର ସରଭାଇବର୍ସ ଙ୍କୁ ମାନସିକ ସ୍ତର ଶକ୍ତ କରିବା ପାଇଁ ଏକ ମୋଟିଭେସନାଲ କାର୍ଯ୍ୟଶାଳା ର ଆୟୋଜନ କରାଯିବ। 

   Ad..



ଜଣେ କେନସର ପିଡୀତ ସୁସ୍ଥ ରହିବା ପାଇଁ କେବଳ ଡାକ୍ତରୀ ଚିକିତ୍ସା ପର୍ଯ୍ୟାପ୍ତ ନୁହଁ ଡାକ୍ତର ଚିକିତ୍ସା ସହିତ ଦ୍ରୁତ ଆତ୍ମବିଶ୍ୱାସ ର ଆବଶ୍ଯକତା ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ଯମ ରେ ଏକ ବିକଳ୍ପ ଜୀବନ ର ପରିକଳ୍ପନା କରି ପାରିବା । ଏକ ଉନ୍ନତ, ଆନନ୍ଦମୟ ଜୀବନ ବଞ୍ଚିବା ପାଇଁ ଫାଇଟର୍ସ ଗୃପ ବରଗଡ ଜିଲ୍ଲା ର ସମସ୍ତ କେନସର ସରଭାଇବର୍ସ ଓ ପିଡୀତ ଆହ୍ବାନ ଦେଇଛି।  ଆସନ୍ତା ୨୫ ନଭେମ୍ବର ରୁ ୩୦ ନଭେମ୍ବର ୬ଦିନ ପର୍ଯ୍ୟନ୍ତ କେବଳ କେନସର ସରଭାଇବର୍ସ ମାନଙ୍କ ପାଇଁ ଏକ ପ୍ରେରଣା ଦାୟୀ କର୍ମଶାଳା (Motivational Pragramme) ବରଗଡ ର ତପୋବନ ହଲ୍ ରେ ଆୟୋଜିତ କରାଯାଉଛି । 

ଶ୍ରୀ ଶ୍ରୀ ରବିଶଙ୍କର ପ୍ରଦର୍ଶିତ ମାର୍ଗ ଦର୍ଶନ ରେ ବର୍ତ୍ତମାନ ବିଶ୍ବ ର ୧୮୦ ଦେଶରେ  ଆର୍ଟ ଅଫ୍ ଲିଭିଙ୍ଗ ଆନୁକୂଲ୍ୟରେ ନିଶୁଳ୍କ ରେ ଏଭଳି କାର୍ଯ୍ୟଶାଳାର ମାଧ୍ଯମରେ କେନସର ପିଡୀତ ଙ୍କୁ ସୁସ୍ଥ ରଖିବାର ପ୍ରୟାସ କରାଯାଉଛି। ବରଗଡ କେନସର ପିଡୀତ ପ୍ରବଣ ହୋଇଥିବା ରୁ ଓଡ଼ିଶା ରେ ଏହି ଜିଲ୍ଲା କୁ ପ୍ରଧାନ୍ୟ ଦେଇ ଫାଇଟର୍ସ ଗୃପ ସହିତ ମିଳିତ ସହଯୋଗ ରେ ସୁନାମ ଧନ୍ଯ ପ୍ରଶିକ୍ଷିକ ଦ୍ବାରା ରେ ଏହି କାର୍ଯ୍ୟଶାଳା ର ଆୟୋଜନ କରାଯାଉଛି। ଏଥିରେ ପିଡୀତ ମାନେ ସ୍ବତନ୍ତ୍ର ଶ୍ବାସ ପ୍ରକ୍ରିୟା, ଧ୍ୟାନ, ଆଧ୍ଯାତ୍ମିକ ଜ୍ଞାନ, ବିଭିନ୍ନ ଆସନ, ଯୋଗ, ପ୍ରାଣାୟାମ ମାଧ୍ଯମ ରେ ଏକ ସୁସ୍ଥ ଶରୀର, ଚିନ୍ତାମୁକ୍ତ ମନ ଓ ଆତ୍ମ ବିଶ୍ବାସ ସହିତ ନିଜ ଜୀବନ ବଞ୍ଚିବା ର ଶୈଳି ଓ କଳା ଜାଣି ପାରିବେ। 

ବରଗଡରେ ଏଭଳି ଏକ କାର୍ଯ୍ୟଶାଳା କିଛି ବର୍ଷ ପୂର୍ବରୁ ଆୟୋଜିତ କରାଯାଇଥିଲା। ସେ ସମୟରେ ସାମିଲ ହୋଇଥିବା  ଅଧିକାଂଶ କେନସର ପିଡୀତ ମାନେ ଏବେ ମଧ୍ଯ ସୁସ୍ଥ ରହି ସ୍ବାଭାବିକ ଜୀବନ ଯାପନ କରୁଛନ୍ତି। ଏଣୁ ତାହାକୁ ଦ୍ରୁଷ୍ଟି ରେ ରଖି   ଏଥର କାର୍ଯ୍ୟଶାଳାରେ ସଂପୂର୍ଣ୍ଣ ବରଗଡ ଜିଲ୍ଲା ର କେନସର ସରଭାଇବର୍ସ ମାନଙ୍କୁ ସାମିଲ କରାଯିବ। ଏଣୁ ଏଭଳି ଏକ ପ୍ରେରଣା ଦାୟୀ କାର୍ଯ୍ୟକ୍ରମରେ  ବରଗଡ଼ ଜିଲ୍ଲାର ସମସ୍ତ କେନସର ସରଭାଇବର୍ସ ସାମିଲ ହେବାକୁ ଫାଇଟର୍ସ ଗୃପ ଅନୁେରାଧ କରିଛି। ଏ ସଂପର୍କ ରେ ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ। ୯୪୩୭୨୫୭୦୬୭ ( ପ୍ରସନ୍ନ), ୮୨୪୯୨୭୨୯୫୪ ( ଅଶ୍ବିନୀ), ୯୪୩୭୦୫୬୦୫୧ (ବିଶ୍ବଜିତ), ୯୪୩୮୫୨୯୫୬୬ ( ମିନତୀ), ୯୪୩୭୪୫୩୧୨୬ (ପ୍ରତାପ) ।






(Report : Bijay Ku Sahu)

Edited by k.s thakur...


Post a Comment

Previous Post Next Post