ଭାଇ ସାଜିଲା ସୈତାନ, ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ କଲା ହତ୍ୟା...
କଣ୍ଟାବାଞ୍ଜି, ୦୮/୧୧ : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କନ୍ଦେଇ ଗାଁ ରେ ଘଟିଛି ହୃଦୟବିଦାରକ ଘଟଣା।ଜେଲ୍ ଫେରନ୍ତା ସାନ ଭାଇ ସାଜିଲା ସୈତାନ । ପାରିବାରିକ କଳହକୁ ନେଇ ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ କଲା ହତ୍ୟା !
Ad..
ସୂଚନା ଅନୁସାରେ ତୁରେକେଲା ଥାନା କନ୍ଦେଇ ଗାଁର ପ୍ରଫୁଲ୍ଲ ପ୍ରସାଦ ବାଗ ଓ ତାଙ୍କ ସାନ ଭାଇ ତିଳକ ବାଗଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ସକାଳେ ପ୍ରଫୁଲ୍ଲ ଗାଁ ପାଖ ନଦୀକୁ ଯାଇଥିଲେ। ଏ ସମ୍ପର୍କରେ ଜାଣିପାରି ତିଳକ ସେଠାରେ ଯାଇଥିଲା। କୌଣସି କଥାକୁ ନେଇ ବଡ଼ ଭାଇଙ୍କ ସହିତ ଯୁକ୍ତିତର୍କ କରିଥିଲା। ପରେ ଉତ୍କ୍ଷିପ୍ତ ହୋଇ ବଡ଼ଭାଇକୁ ଗୋଡ଼ାଇ ଗୋଡ଼ାଇ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ଭାଇକୁ ହତ୍ୟା କରିବା ପରେ ତିଳକ ସେଠାରୁ ଫେରାର ହୋଇଯାଇଥିଲା।
ଏନେଇ ଅଭିଯୋଗ ହେବା ପରେ ତୁରେକେଲା, କଣ୍ଟାବାଞ୍ଜି ଥାନା ପୁଲିସ୍ ଓ କଣ୍ଟାବାଞ୍ଜି ଏସ୍ଡିପିଓ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ହତ୍ୟାକାରୀ ତିଳକ ଜଣେ ଜେଲ୍ ଫେରନ୍ତା ବୋଲି ଜଣାପଡ଼ିଛି। ୩ ବର୍ଷ ତଳେ ତିଳକ ନାଗପୁର ଯାଇଥିଲା। ସେଠାରେ ଏକ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା। ଜେଲରୁ ବାହାରିବା ପରେ ସେ ଗାଁକୁ ଆସିଥିଲା।
Edited by k.s thakur...


