ସର୍ବ ଭାରତ ସ୍ତରରେ ବିରଞ୍ଚି ଦାଶ ଶ୍ରେଷ୍ଠ ସଂଗଠକ ଭାବେ ସମ୍ବର୍ଦ୍ଧିତ...

ସର୍ବ ଭାରତ ସ୍ତରରେ ବିରଞ୍ଚି ଦାଶ ଶ୍ରେଷ୍ଠ ସଂଗଠକ ଭାବେ ସମ୍ବର୍ଦ୍ଧିତ...

କଣ୍ଟାବାଞ୍ଜି,୧୪/୧୧ : ନିଖିଳ ଭାରତ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନଭେମ୍ବର୧୨ରୁ୧୪ ତିନିଦିନ ବ୍ୟାପି ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲାସ୍ଥିତ ବୀର ଭଗତସିଂ ୟୁଥ ହଷ୍ଟେଲର ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା।
   Ad..



ଉଦଯାପନୀ ଉତ୍ସବରେ ଡ.ଦେବବ୍ରତ ଦେବରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ରତନ ବିଶ୍ୱାସ, ନିର୍ଦ୍ଦେଶକ ସୂଚନା ସଂସ୍କୃତି ବିଭାଗ, ତ୍ରିପୁରା ସରକାର ଯୋଗଦେଇଥିଲେ।ଜାତୀୟ ସଂପାଦକ ଅନସାର ଉଲ ହକ ଜାତୀୟ ସମ୍ମିଳନୀର ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭ ପରିଚାଳନା କରିଥିଲେ।

୨୦୧୮ମସିହାରେ  ବିରଞ୍ଚି ନାରାୟଣ ଦାଶ କଣ୍ଟାବାଞ୍ଜିର ହରିଭବନ  ଠାରେ ୪୦ତମ ସର୍ବ ଭାରତୀୟ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଦକ୍ଷତାର ସହିତ ଜଣେ ସମର୍ପିତ ସଂଗଠକ ଭାବେ ସଂପାଦନ କରିଥିବା ସହିତ ଭାଷା, ସାହିତ୍ୟ ଓ ସଂସ୍କୃତି ସକାଶେ ସଦାସର୍ବଦା ସମୟ ଦେଉଥିବାରୁ ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ସଂଗଠକ ଭାବେ ଉପଢଢୌକନ,ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା।ଶ୍ରୀ ଦାଶ ଜଣେ ସଂଗଠକ, ସଂପାଦକ, ଆଦର୍ଶ ଶିକ୍ଷକ, ସମାଜସେବୀ,ପ୍ରକୃତିବଂଧୁ ତଥା ରକ୍ତଦାନ ଶିବିର ପରିଚାଳକ ଭାବେ ବେଶ ଜଣାଶୁଣା।

ତାଙ୍କୁ ସମ୍ବର୍ଦ୍ଧନା ମିଳିଥିବାରୁ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ପ୍ରକାଶ ଥାଉକି ସଂସଦର ଚଳିତ ବର୍ଷ ତିନିବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ ହୋଇଥିଲା।ଖୁସିର କଥା ଓଡ଼ିଶାର ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ନରେନ୍ଦ୍ର ପ୍ରସାଦ ଦାସ ସଭାପତି, ଡ.ଯୁଗଳ କିଶୋର ଷଡଙ୍ଗୀ, ଉପ ସଭାପତି, ଶ୍ରୀ ବିରଂଚି ନାରାୟଣ ଦାଶ ସଂଗଠକ ସଂପାଦକ, ସୁଶ୍ରୀ ସବିତା ଭୋଇ କାର୍ଯ୍ୟକାରିଣୀ ସଭ୍ୟା ଭାବରେ ମନୋନୀତ ହୋଇଥିଲେ।ଏହି ଜାତୀୟ ଅଧିବେଶନରେ ଓଡିଶାରୁ ବିରଂଚି ନାରାୟଣ ଦାଶ,ଶିଶୁ ସାହିତ୍ୟିକା ସଂଯୁକ୍ତା ପରିଛ୍ଛା,ସବିତା ଭୋଇ ପ୍ରତିନିଧିତ୍ଵ କରିଥିଲେ।






Edited by k.s thakur...

Post a Comment

Previous Post Next Post