ଅର୍ଚ୍ଚନା ଙ୍କ ବାପାଙ୍କୁ ଜେରା, ଖଗେଶ୍ୱରଙ୍କୁ ଘେରିଛି ଇଡ଼ି ର ୫ ଜଣିଆ ଟିମ୍...

ଅର୍ଚ୍ଚନା ଙ୍କ ବାପାଙ୍କୁ ଜେରା, ଖଗେଶ୍ୱରଙ୍କୁ ଘେରିଛି ଇଡ଼ି ର ୫ ଜଣିଆ ଟିମ୍...

ଭୁବନେଶ୍ୱର,୧୪/୧୧ : ଲେଡି ବ୍ଲାକ୍ ମେଲର  ଅର୍ଚ୍ଚନା ନାଗଙ୍କ ବାପାଙ୍କୁ ଇଡିର ଜେରା। ରବିବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡି ର ଖୋଳତାଡ଼ । ଅର୍ଚ୍ଚନାଙ୍କ ସଂପର୍କରେ ଅଧିକ ତଥ୍ୟ ମଧ୍ୟ ସଂଗ୍ରହ କରୁଛି ଇଡି। ସେ ୫ ବର୍ଷରେ କିଭଳି ଏତେ ଟଙ୍କାର ମଳିକାନି ହେଲେ ତାର ଖୋଳତାଡ଼ କରାଯାଉଛି।

   Ad..



ସେପଟେ ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ଆଜି ତୃତୀୟ ଦିନ ପାଇଁ ମାରାଥନ୍ ଜେରା କରୁଛି ଇଡି। ମୋବାଇଲରେ ଥିବା ତଥ୍ୟ ସବୁ ଗୁମର ଖୋଲିବ ବୋଲି କୁହାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଜଣିଆ ଟିମ୍ ଖଗେଶ୍ୱରକୁ ପଚରାଉଚରା କରୁଛି। 

ଖଗେଶ୍ୱରର ମୋବାଇଲରେ କଣ ରହିଛି, ଏହାର ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି। ସେଥିଲାଗି ଇଡ଼ି ସାଇବର ଫରେନସିକ୍ ଏକ୍ସପର୍ଟର ସହାୟତା ନେଇଛି। ସାଇବର ଫରେନ୍ସିକ୍ ଏକ୍ସପର୍ଟ ଖଗେଶ୍ୱରର ୨ଟି ମୋବାଇଲରୁ ତଥ୍ୟ ବାହାର କରୁଛନ୍ତି। ଅର୍ଚ୍ଚନା ମାମଲା ପରଠାରୁ ଅନେକ ଗୁଡିଏ ଫଟୋ, ମ୍ୟାସେଜ୍ ଏବଂ ଭିଡିଓ ଡିଲିଟ୍ ହୋଇଥିବା ଜଣାପଡିଛି। ସେଗୁଡିକୁ ବାହାର କରିବାକୁ ଉଦ୍ୟମ ଚାଲିଛି।

ଏହାଛଡ଼ା ଖଗେଶ୍ୱରର ସମ୍ପତ୍ତିକୁ ନେଇ ଖୋଳତାଡ଼ କରାଯାଉଛି। ଖଗେଶ୍ୱର କମ ସମୟ ମଧ୍ୟରେ ଏତେ ସମ୍ପତ୍ତି କୁଆଡୁ ଅର୍ଜନ କଲେ ଏହାର ସମସ୍ତ ତଥ୍ୟ ବାହାର କରୁଛି ଇଡି। ଖଗେଶ୍ୱର ମୋବାଇଲରୁ ଡିଲିଟ୍ କରି ଦେଇଥିବା ତଥ୍ୟ ସାଇବର ଏକ୍ସପର୍ଟ ବାହାର କରିପାରିବେ। 

କେବଳ ଖଗେଶ୍ୱର ନୁହଁ, ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମୋବାଇଲ ମଧ୍ୟ ଜବତ ହୋଇଛି। ଖଗେଶ୍ୱର ପରେ ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ଚର୍ଚ୍ଚା ହେଉଛି।






Edited by k.s thakur...

Post a Comment

Previous Post Next Post