ଅସହାୟ ଙ୍କୁ ସହାୟ ହେବ କିଏ ? ମାଁ ସହିତ ୪ ଟି ଶିଶୁଙ୍କ ଜୀବନ ଅନ୍ଧାରମୟ ...

ଅସହାୟ ଙ୍କୁ ସହାୟ ହେବ କିଏ ? ମାଁ ସହିତ ୪ ଟି ଶିଶୁଙ୍କ ଜୀବନ ଅନ୍ଧାରମୟ ...

କଣ୍ଟାବାଞ୍ଜି,୧୩/୧୧ : ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଅନ୍ତର୍ଗତ କାନୁଟ ଗ୍ରାମର ଜଣେ ମାଁ ସହିତ ୪ ଜଣ ଶିଶୁ ଙ୍କୁ ଜୀବନ ବର୍ତ୍ତମାନ ଅନ୍ଧକାରରେ। ବର୍ତ୍ତମାନ ଏହି ୫ ଜଣ ଅସହାୟ।

   Ad..



ଏହି ଘଟଣା ଟି ହେଉଛି କାନୁଟ ଗ୍ରାମର ନରସିଂହ ସୁନା ଙ୍କ ପରିବାରର। ସୂଚନା ଅନୁସାରେ ଏହିବର୍ଷ ୨୫/୧୦ ତାରିଖ ରେ ନରସିଂହ ନିଜ ଗ୍ରାମ ର ରୋଡ ସାଇଡ ରେ ଛିଡ଼ା ହୋଇଥିବା ବେଳେ ଜଣେ ବାଇକ ଆରୋହି ଆସି ତାଙ୍କୁ ଧକ୍କା ଦେଇଥିଲା। ବାଇକ ଧକ୍କା ରେ ଗୁରୁତର ଅବସ୍ଥାରେ ନରସିଂହ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ଆହତ ହେବା ଓ ଅତ୍ୟଧିକ ରକ୍ତ ସ୍ରାବ ହେବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା। 

ସରକାର ଙ୍କ ଅନେକ ଯୋଜନା ଥିବା ସତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିବାର କୁ କୌଣସି ସାହାଯ୍ୟ ସହଯୋଗ ମିଳି ପାରି ନାହିଁ।ନରସିଂହ ସୁନା ତାଙ୍କ ପରିବାର ର ଗୋଟିଏ ମାତ୍ର ସାହା ଭରସା ଥିଲେ। ତାଙ୍କ ବିୟୋଗ ପରେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଓ ୪ ଶିଶୁଙ୍କ ଜୀବନ ଅନ୍ଧକାରରେ। ବର୍ତ୍ତମାନ ଏହିମାନେ ଅସହାୟ। ସାହାଯ୍ୟ କରିବା କୁ କେହି ନାହାନ୍ତି।

ଭାନୁମତି ସୁନା ଓ ତାଙ୍କ ୪ ଜଣ ଶିଶୁ ବର୍ତ୍ତମାନ ସରକାରୀ ସହାୟତା ପାଇଁ ନିର୍ଭରଶୀଳ। ହେଲେ ସବୁ ଜାଣି ଶୁଣି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ସରକାରୀ ବାବୁ ମାନେ। ତେବେ ଅସହାୟ ଙ୍କୁ ସହାୟ ହେବ କିଏ। କଣ ସରକାରୀ ଯୋଜନା କେବଳ ଲୋକ ଦେଖାଣିଆ, ନାଁ ଏମାନଙ୍କୁ ସହାୟ ହେବେ ସରକାର। 






Edited by k.s thakur...


Post a Comment

Previous Post Next Post