ବସଷ୍ଟାଣ୍ଡ ରେ ଥିବା ୭ଟି ଵସ୍ ରୁ ଚୋରି...?
କଣ୍ଟାବାଞ୍ଜି, ୧୪/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବସଷ୍ଟାଣ୍ଡ ରେ ବିଳମ୍ଵିତ ରାତ୍ରିରେ ଛିଡ଼ା ହୋଇଥିବା ୭ଟି ବସ୍ରୁ ଏକା ସାଙ୍ଗରେ ଚୋରି। ବସ୍ରେ ଥିବା ମୋବାଇଲ୍ ଫୋନ୍ ଓ ଟଙ୍କା ଚୋରି ହୋଇଛି। ଏହି ଘଟଣା ପରେ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Ad..
ସୂଚନା ଅନୁସାରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ସବୁଦିନ ଭଳି ବିଭିନ୍ନ ସ୍ଥାନରୁ ଆସି ରାତ୍ରିରେ ବସ୍ ରହିଥାନ୍ତି। ରବିବାର ବିଳମ୍ଵିତ ରାତ୍ରିରେ ବସଷ୍ଟାଣ୍ଡରେ ଥିବା ୭ଟି ବସ୍ରୁ ଚୋରି ହୋଇଛି। କିଛି ଦୁର୍ବୃତ୍ତ ବସ୍ର କାଚ ଖୋଲି ଭିତରକୁ ପଶି ବସ୍ରେ ଶୋଇଥିବା କର୍ମଚାରୀଙ୍କ ମୋବାଇଲ୍ ଫୋନ୍, ଟଙ୍କା, ପୋଷାକ, ଗାଡ଼ି ର ଷ୍ଟେପନି ଟାୟାର ଏବଂ ଅନ୍ୟାନ୍ୟ ଜିନିଷ ଚୋରି କରିନେଇଛନ୍ତି। ତେବେ ଗତକାଲି ରାତିରେ ଖରିଆର ରୋଡ଼ରେ କେତେ ଜଣ ଯୁବକ ବୁଲୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଉପରେ ପ୍ରଶନବାଚୀ ସୃଷ୍ଟି ହୋଇଛି।
ଏହି ଘଟଣା ପରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସର୍ବସାଧାରଣରେ ଦାବି ହୋଇଛି। କଣ୍ଟାବାଞ୍ଜି ପୋଲିସ ଥାନା ଅଧିକାରୀ ବାମଦେବ ସଂକୁଲା ଙ୍କୁ ଫୋନ ମାଧ୍ୟରେ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଫୋନ ରିଶିଵ ନ କରିବା ରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
Edited by k.s thakur...


