ପଦ୍ମପୁର ବିଜେଡି ପ୍ରାର୍ଥୀ ହେଲେ ବର୍ଷାରାଣୀ ବରିହା...

ପଦ୍ମପୁର ବିଜେଡି ପ୍ରାର୍ଥୀ ହେଲେ ବର୍ଷାରାଣୀ ବରିହା...

ପଦ୍ମପୁର,୧୪/୧୧ : ପଦ୍ମପୁର ଉପନିର୍ବାଚନ ପାଇଁ  ବିଜେଡି ପ୍ରାର୍ଥୀ ହେଲେ ବର୍ଷାରାଣୀ ବରିହା । ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସ ରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ବିଜେଡିକୁ କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଥିଲା।
    Ad...



ଶେଷରେ ପଦ୍ମପୁର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଜୟ ରଂଜନ ବରିହାଙ୍କ ଝିଅ ବର୍ଷା ରାଣୀ ବରିହାଙ୍କ ଉପରେ ଭରସା କରିଛି ଦଳ। ତାଙ୍କୁ ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। 

ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କ ନାଁକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିବା ବେଳେ ପରେ ତାଙ୍କ ଦୁଇ ଝିଅଙ୍କ ନାଁ ମଧ୍ୟ ସାମ୍ନାକୁୁ ଆସିଥିଲା ।





Edited by k.s thakur...

Post a Comment

Previous Post Next Post