ଉତ୍କଳ ବାଳାଶ୍ରମ ଉଦ୍ଘାଟନ୍ ଉତ୍ସବ,ଯୋଗ ଦେଲେ ମନ୍ତ୍ରୀ ବିଧାୟକ...
କଂଟାବାଞ୍ଜି,୧୫/୧୧ : ଶିଶୂ ଦିବସ ଏବଂ ଜବାହାର ଲାଲ ନେହେରୁଙ୍କ ୧୩୩ତମ ଜନ୍ମ ଜୟନ୍ତୀ ଅବସରରେ ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରର ଶିଶୁ ଉଦ୍ୟାନ ପାଖରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଦ୍ୱାରା ପରିଚାଳିତ ଅସ୍ଥାୟୀ ଉତ୍କଳ ବାଳାଶ୍ରମର ଉଦ୍ଘାଟନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି ।
ଏହି ଉଦ୍ଘାଟନି ଉତ୍ସବରେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ଠାରେ ଥିବା ପାର୍ବତୀ ବାଲ ନିକେତନ ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଶଣ କରିଥିଲେ । କେଭି ଡିଗ୍ରୀ କଲେଜର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ମଂଚ ପରିଚାଳନା କରିଥିବା ବେଲେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଥିବା ବେଲେ ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଉତ୍କଳ ବାଲାଶ୍ରମର ସଭାପତି ତଥା ଜିଲ୍ଲାପାଳ ଚଂଚଲ ରାଣା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ମହିଳା ଶିଶୂ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ସତ୍ୟବାନ ପ୍ରମୁଖ ମଂଚାସିନ ରହି ଏହି ଉତ୍କଳ ବାଲାଶ୍ରମ ଉପରେ ନିଜ ନିଜର ବକ୍ତବ୍ୟ ଦେବା ସହ ଅଭି ଭାଷଣ ରଖିଥିଲେ ।
ଏହି ବାଲାଶ୍ରମରେ ବାପା ମାଁ ଛେଉଣ୍ଡ ନିରିହ, ଅସହାୟ ପିଲାମାନଙ୍କୁ ରଖି ତାଙ୍କର ଭରଣ ପୋଷଣ କରିବା ସହ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ନେଇ ମତପ୍ରକାଶ କରିଥିଲେ । ଏହି ଅସ୍ଥାୟୀ ବାଲାଶ୍ରମରେ ବର୍ତ୍ତମାନ ୨୭ ଜଣ ଅନାଥ ଶିଶୁ ନିର୍ଭର କରୁଥିବା ସୁଚନା ମିଲିଛି ।
ଆଗାମୀ ଦିନରେ ଏହି ଅସ୍ଥାୟୀ ବାଲାଶ୍ରମକୁ ସରକାରୀ ସହାୟତା ରାଶି ରେ ପରିଚାଳିତ ହେବ ବୋଲି ମଧ୍ୟ ଜଣାପଡିଛି । ଆଜି ପ୍ରଥମ ଦିନରେ ସହରର କେତେକ ବଦାନ୍ୟ ବ୍ୟକ୍ତି ବିଶେଷ ଏହି ଅନାଥ ଆଶ୍ରମ ପାଇଁ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କଂଟାବାଞ୍ଜି ତହସିଲଦାର ସମୀର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରି ନିରଂଜନ ଧଳ, ତୁରେକେଲା ବିଡିଓ ଦେବାଷିଶ ସାମଳ ଏବଂ ଆଇନ ସୃଙ୍ଖଲା ପରିସ୍ଥିତି କୁ ଆଖି ଆଗରେ ରଖି କଂଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳଙ୍କ ସମେତ ପୋଲିସ ବିଭାଗର କର୍ମଚାରୀ, ଏନଏସି କର୍ମଚାରୀ, ବିଭିନ୍ନ ଅନୂଷ୍ଠାନର ମହିଳା ଓ ପୁରୁଷ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Edited by k.s thakur...


