ବ୍ରହ୍ମପୁରରେ ସିବିଆଇର ଚଢ଼ାଉ, ଜଣେ ଅଧିକାରୀ ଗିରଫ...

ବ୍ରହ୍ମପୁରରେ ସିବିଆଇର ଚଢ଼ାଉ, ଜଣେ ଅଧିକାରୀ ଗିରଫ...

ବ୍ରହ୍ମପୁର,୧୫/୧୧ :  ବ୍ରହ୍ମପୁରରେ ସିବିଆଇର ଚଢ଼ାଉ। ରାମକୃଷ୍ଣ ନଗର ଦ୍ବିତୀୟ ଲାଇନରେ ଚଢାଉ କଲା ସିବିଆଇ। ଜନ ଔଷଧି ପାଇଁ ଲାଞ୍ଚ କାରବାରର ଆସିଲା ସାଙ୍ଘାତିକ ଅଭିଯୋଗ। ଘଟଣାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ । ଲାଞ୍ଚ କାରବାର ବେଳେ PMBIର ମାର୍କେଟିଂ ଅଫିସର ସ୍ଵରୁପ ପଣ୍ଡାଙ୍କୁ ଗିରଫ କରିଛି ସିବିଆଇ ।

   Ad..



ସୂଚନା ଅନୁସାରେ ଜନଔଷଧି କେନ୍ଦ୍ରକୁ ଲାଇସେନ୍ସ ଦେବା ପାଇଁ ୧୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ । କୁକୁଡାଖଣ୍ଡିର ନାଇଡୁ ଦିବାକରଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ । ଲାଞ୍ଚ ଅର୍ଥକୁ ଜବତ କରିବା ସହ ସ୍ବରୂପ କୁମାର ପଣ୍ଡାଙ୍କୁ ଗିରଫ କଲା ସିବିଆଇ । ଗତକାଲି ଠାରୁ ସ୍ବରୂପଙ୍କୁ  ମାରାଥନ ଜେରା ଚାଲିଥିଲା ।






Edited by k.s thakur...

Post a Comment

Previous Post Next Post