ପ୍ରେସ କ୍ଲବ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ, ସମର୍ଥନ ଦେଲେ ୩୨ ଟି ସଙ୍ଘ ସଂସ୍ଥା...

ପ୍ରେସ କ୍ଲବ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ, ସମର୍ଥନ ଦେଲେ ୩୨ ଟି ସଙ୍ଘ ସଂସ୍ଥା...

କଣ୍ଟାବାଞ୍ଜି,୦୯/୧୧: କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଅବ୍ୟସ୍ଥା କୁ ନେଇ ପ୍ରେସ କ୍ଲବ ପକ୍ଷରୁ ଦୁଇ ଦିନ ପୂର୍ବରୁ ସ୍ଥାନୀୟ ହସ୍ପିଟାଲ ସମ୍ମୁଖରେ ଧାରଣା ଦିଆ ଯାଇଥିଲା। ପ୍ରଶାସନ କୁ ତାଗିଦ ମଧ୍ୟ କରଯାଇଥିଲା ଯେ ୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନ ହେଲେ କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ।

   Ad..



ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇ ପଡିଥିବା ରୁ ଓ ଦାବି କୁ ନେଇ କୌଣସି ସୁଫଳ ନ ମିଳିବା ରୁ  ଆଝି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ସହର ବନ୍ଦ ପାଳନ କରାଯାଇଛି। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି।

ତେବେ ଆଜିର ଏହି ଆନ୍ଦୋଳନରେ ୩୨ଟି ସଙ୍ଘ ସଂସ୍ଥା ପୂର୍ଣ ସମର୍ଥନ ଦେଇଛନ୍ତି। ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ସଂପାଦକ ଯୁଗଲ କିଶୋର ଶବର, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ରଶ୍ମି ରଂଜନ ପୁଟେଲ, ତୁଲସିରାମ ଜଗତ, କୋଷାଧ୍ୟକ୍ଷ ହନି ସିଂ, ସଂଗଠନ ସହ ସଂପାଦକ ରୋହନ ମହତ, ସହ ସଂପାଦକ ବିସିକେଶନ ମାଝି, କାର୍ଯ୍ୟକାରି ସଦସ୍ୟ ଦିପକ ୟାଦବ , ସୁଶାନ୍ତ ବେହେରା, ଜଗମୋହନ ତାଣ୍ଡି, ବିକାଶ ମିତ୍ତଲ, ପରାମର୍ଶଦାତା ଆଶିଷ ଖଇତାନ, ଆନନ୍ଦ ମୋଟେ, ଦୁର୍ଗା ପ୍ରସାଦ ଗୁପ୍ତା, ଆଇନ ପରାମର୍ଶ ଦାତା ବିବେକ ଶର୍ମା ଆନ୍ଦୋଳନରେ ଯୋଗ ଦେଇଛନ୍ତି।





Edited by k.s thakur...

Post a Comment

Previous Post Next Post