ତୁରେକେଲା ବ୍ଳକରେ ଦ୍ୱିତୀୟ ପର୍ଯ୍ୟାୟ ସୁନେତ୍ର ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି, ୨୧/୧୧ : ତୁରେକେଲା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲା ଠାରେ ଛାତ୍ରଛାତ୍ରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆଖି ପରୀକ୍ଷା ପାଇଁ ବ୍ଳକ ସ୍ତରୀୟ ସୁନେତ୍ର ଶିବିର ଅନୁଷ୍ଠିତ ହୋଇଥିଲା।
ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲା ସୁରେନ୍ଦ୍ର କୁମାର ପୁରୋହିତ ଙ୍କ ତତ୍ତ୍ୱାବଧାନରେ ଶିବିର ଉତ୍ଘାଟନା ହୋଇଥିଲା। ଉଦଘାଟନୀ ଉତ୍ସବରେ ଫକୀର ଚରଣ ବିଶି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଡ.ସ୍ୱ।ଗତ ଖମାରୀ,ଚିକିତ୍ସା ଅଧିକାରୀ, ତୁରେକେଲା,ଡ.ଜୟନ୍ତ କୁମାର ପଟେଲ, ଟି ରାଜେନ୍ଦ୍ର ପାତ୍ର,ମାନସ କୁମାର ପାଢ଼ୀ,ତୁଳସୀ ରାମ ସାହୁ ଉପସ୍ଥିତ ଥିଲେ।
ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ସଭା ପରିଚାଳନା ଓ ବିଆରଟି ଶ୍ରୀ ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ୨୬୮ଜଣ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସ୍ତରରେ ଚିହ୍ନଟ କରାଯାଇଥିଲା।ପୁନର୍ବାର ଆଜି ଶିବିରରେ ୨୧୫ଜଣ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା କରାଯାଇଥିଲା।
ସେମାନଙ୍କ ମଧ୍ୟରୁ ୪୪ଜଣଙ୍କୁ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଥିଲାଏବଂ ୬ଜଣଙ୍କୁ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା।ଏହି ଶିବିରକୁ ସଫଳ ରୂପାୟନ ଦେବାରେ ଶଙ୍କର ନାଗ,ପ୍ରଧାନ ଶିକ୍ଷକ,ବିଆରଟି ଜ୍ୟୋତିବିକାଶ ବାରିକ,କ୍ଳଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଘନଶ୍ୟାମ ଶବର,କୃତିବାସ ବରିହା,ମୋହନ ବରିହା,ଗୁରୁପ୍ରସାଦ ଛତ୍ରିଆ,ଶିକ୍ଷକ କିଶୋର ବରିହା,ଅଲେଖ ବନଗୋଲା, ଶ୍ରୀକାନ୍ତ ବାଗ,ତୁଳାରାମ ଭୋଇ,ରଜନୀ ମେହେର,ଦେବେନ୍ଦ୍ର ଭୋଇ,ଧର୍ମବନ୍ତୀ ପୁଟା ସମେତ ପ୍ରତ୍ୟେକ ବିଦଦ୍ୟାଳୟରୁ ଆସିଥିବା ଗାଇଡ ଶିକ୍ଷକ ଓ ଅଭିଭାବକବୃନ୍ଦ ସହଯୋଗ କରିଥିଲେ।
Edited by k.s thakur...


