ଜିଲ୍ଲାପାଳ, ଏସ.ପି ଙ୍କ ଯୁଗ୍ମ ଜନ ଅଭିଯୋଗଶୁଣାଣି ଶିବିର ଅନୁଷ୍ଠିତ...
ବଙ୍ଗୋମୁଣ୍ଡା, ୨୧/୧୧ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଝଲପ ପଞ୍ଚାୟତ ଠାରେ ଜିଲ୍ଲାପାଳ,ଏ ସପି ଙ୍କ ଲୋକସେବା ତଥା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରେ ଜିଲ୍ଲାପାଳ ଚଞ୍ଚଲ ରାଣା,ଏସ.ପି କୁଶଲକର ନିତିନ ଡାଗଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।Ad...
ଏହି ଅବସରରେ ସମ୍ମାନିୟ ଅତିଥିଭାବେ ବଙ୍ଗୋମୁଣ୍ଡ ବ୍ଳକ ଅଧ୍ୟକ୍ଷା ରଞ୍ଜୁଵାଲା ବେହେରା ବିଡ଼ିଓ ରିପୁନାଥ ସୁନା,ତହସିଲଦାର,ଗୁଣମଣି ସୁନାନି,ଶିକ୍ଷା,ସ୍ଵାସ୍ଥ୍ୟ, ଉଦ୍ୟାନ, ବିଭାଗ ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ,ଡକ୍ଟର-ପ୍ରଫୁଲ୍ଲ କୁମାର ଭଞ୍ଜ,ଉଦ୍ୟାନ ଉପକୃଷି ନିର୍ଦ୍ଦେଶକ-ମନବୋଧ ମାଝୀ,ବଙ୍ଗୋମୁଣ୍ଡା,ଉଦ୍ୟାନ କୃଷି ଅଧିକାରୀ-ସୁନିଲ କୁମାର ମାଝୀ,ଉଦ୍ୟାନ କ୍ଷେତ୍ର କର୍ମଚାରୀ, କ୍ଷୀରଧର ଭୋଇ,ଶୁଶୀଳ କୁମାର ମେହେର,ତଥାCDAO, DSSO, BAO, BSSO ଏବଂ ଜିଲ୍ଲା ଅନ୍ଯାନ୍ଯ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ତେବେ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନେ ନିଜ ନିଜର ଷ୍ଟଲଗୁଡିକ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଟିଟିଲାଗଡ ବ୍ଲକରେ ଆଜକୁଦୀର୍ଘ ୨୦ ବର୍ଷ ଧରି ନିୟମିତ କାର୍ଯ୍ଯକରି ଆସୁଥିବା ସ୍ବେଚ୍ଛାସେବୀ ଆଶା ଅନୁଷ୍ଠାନ ପକ୍ଷରୁ ମଧ୍ଯ ନିଜର ଷ୍ଟଲ ମାଧ୍ଯମରେ କାର୍ଯ୍ଯକ୍ରମକୁ ପ୍ରଦର୍ଶନ କରିଥିଲେ।
ଉକ୍ତଅନୁଷ୍ଠାନ ନିଜର ଦୁଇଟି ଷ୍ଟଲ ପ୍ରଦର୍ଶନ କରିଥିଲେ, ଯଥା- ବଙ୍ଗୋମୁଣ୍ଡା ବ୍ଲକରେ ୪ ଟି ପଞ୍ଚାୟତରେ (ଗନ୍ଧର୍ଲା, ଭୁର୍ଷାଗୁଡା, ଜାମଖୁଣ୍ଟା ଏବଂ ଚାନ୍ଦୋତାରା) କାର୍ଯ୍ଯ କରୁଥିବା WADI (ସ୍ୱଚ୍ଛ ପିଇବା ପାଣି) ଉପରେ ପ୍ରଦର୍ଶନ କରିଥିଲେ। ଏହି ମେସିନ୍ ବ୍ଯବହାର କରିବା ଦ୍ଵାରା ଆଗ ଅପେକ୍ଷା ବର୍ତ୍ତମାନ ଜ୍ଵର, ଝାଡା, ମ୍ଯାଲେରିଆ ଭଳି ଅନେକ ରୋଗ କମି ପାରିଛି, ଯାହା ଫଳରେ ପରିବାରର ଆୟ ବଢିଛି।
ଉକ୍ତ ଷ୍ଟଲ ରେ ଜାଡେନ କୃଷକ ଉନ୍ନୟନ କମ୍ପାନୀ ନିଜର ଉତ୍ପାଦନ ପ୍ରଦର୍ଶନ କରିଥିଲେ, ଯଥା- ମଧୁରିମା ବ୍ରାଣ୍ଡର ଅଗରବତୀ, ହଳଦୀଗୁଣ୍ଡ, ମସଲାଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଜୀରାଗୁଣ୍ଡ ପ୍ରଦର୍ଶନ କରାଯାଇଥିଲା।ଓ ମାଣ୍ଡିଆ, ଗୁରଜୀ ମଧ୍ଯ ପ୍ରଦର୍ଶନ କରାଯାଇଥିଲା। ଏହି ଷ୍ଟଲରେ MKUY ଅନ୍ତର୍ଭୁକ୍ତ ଯୋଜନା ଉପରେ ସଚେତନତା କରି ଅନ୍ ଲାଇନ ର ସୁବିଧା କରାଯାଇଥିଲା।
ଏଠାରେ ବିଭିନ୍ନ ଯୋଜନାରେ ୧୩ ଜଣ ହିତାଧିକାରୀ ଅନ୍ ଲାଇନ କରିଥିଲେ । ଦ୍ଵିତୀୟ ଷ୍ଟଲ ରେ ଫିଜିଓ ଥେରାପି ରହିଥିଲା । ଏଠାରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଛୋଟ ପିଲାମାନେ ଥେରାପିର ସୁବିଧା ପାଇଥିଲେ।ଶିବିରରେ ମୋଟ ୭୨ ଜଣ ହିତାଧିକାରୀ ଉପରୋକ୍ତ ସୁବିଧା ପାଇଥିଲେ। ଉକ୍ତ କାର୍ଯ୍ଯକ୍ରମରେ ଆଶା ଅନୁଷ୍ଠାନର ସଂପାଦକ ସଂଜୀବ କୁମାର ପଟ୍ଟନାୟକ ଙ୍କ ଉପସ୍ଥିତରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।ସ୍ୱେଚ୍ଛା ସଂସ୍ଥା ର କର୍ମଚାରୀ, ମହାଶ୍ଵେତା ଏଲିସ ଟିଗା, କ୍ରିଷ୍ନା କିସ୍କୁ, ପ୍ରିୟଦର୍ଶିନୀ ପାତ୍ର, ଦେବାଶିଷ ପୃଷ୍ଟି, ଲକ୍ଷ୍ମୀରାଜ ସାହୁ, ପୁନେଇ ପ୍ରଧାନୀ, ଗୋଲାପ ନାଏକ, ଅଜୟ ରାଣା, ହିତେଶ ରାଣା, ସରୋଜ ସାହୁ, ଭରତ ରାଣା, ପିତାମ୍ବର କୁମ୍ଭାର, ପ୍ରଦିପ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସହଯୋଗ କରିଥିଲେ।ତେବେ ଜିଲ୍ଲାପାଳ ଜନ ଅଭିଯୋଗଶୁଣାଣି କରିପରିଦର୍ଶନ ବେଳେ ଅନୁଷ୍ଠାନ ର ତୃଣ ମୂଳ ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିଥିଲେ।
Edited by k.s thakur...


