ଶିଶୁ ସାହିତ୍ୟ ସଂସଦର ରୌପ୍ୟ ଜୟନ୍ତୀ ,(କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ)....

ଶିଶୁ ସାହିତ୍ୟ ସଂସଦର ରୌପ୍ୟ ଜୟନ୍ତୀ ,(କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ)....

ବରଗଡ଼,୨୨,୧୧ : ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ 'ମହତାବ ଶିଶୁ ସାହିତ୍ୟ ସଂସଦ'ର ରୈ|ପ୍ୟ ଜୟନ୍ତୀ ଓ କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ ସଭାପତି ପଣ୍ଡିତ ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

    Ad...



ଉକ୍ତ ଉତ୍ସବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁ ଓ ଡକ୍ଟର ରଘୁନାଥ ମେହେର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶାର ରାଜନୀତି ସହ ସାହିତ୍ୟ, ସଂସ୍କୃତି ବିଶେଷ କରି ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। 

ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ଙ୍କୁ 'କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୨"ରେ ସମ୍ମାନିତ କରାଯାଇଥିଲା ଓ ବରଗଡ଼ର ଶିଶୁ ସାହିତ୍ୟିକା ସନ୍ତୋଷିନୀ ଦାଶଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ୭୫ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କୃଷ୍ଣ, ବଳରାମ ଓ ରାଧା ଭୂମିକାରେ ଅଭିନୟ ପାଇଁ ମନୋନୀତ ହୋଇଥିବା ଶିଶୁ କଳାକାର ସମ୍ରାଟ ମହାପାତ୍ର, ଶ୍ରେୟସ ପୂଜାରୀ ଓ ବୈଷ୍ଣବୀ ବିର୍ତିଆଙ୍କୁ ସଂସଦ ତରଫରୁ ସମ୍ମାନିତ କରାଯାଇଥିଲା। 

ଏହି ଅବସରରେ ସନ୍ତୋଷିନୀ ଦାଶଙ୍କ ଶିଶୁ କବିତା ପୁସ୍ତକ " ଶିଶୁଟିଏ ଫୁଲ କଢିଟିଏ" ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ରବିନାରାୟଣ ସାହୁ ପ୍ରାରମ୍ଭିକ ସୂଚନା ଓ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ, ଡକ୍ଟର ଶେଷାନ ବିଶି ଅତିଥି ପରିଚୟ ଓ ଅଧ୍ୟାପକ ଗୋପାଳ କୃଷ୍ଣ ମିଶ୍ର ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ। କବୟିତ୍ରୀ ପାର୍ବତୀ ଦାଶ ଷଡ଼ଙ୍ଗୀ ଓ ହୈମବତୀ ମିଶ୍ର ମାନପତ୍ର ପାଠ କରିଥିଲେ। ସନ୍ଦୀପ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ରୋଟାରୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଅଭିନେତ୍ରୀ ଡକ୍ଟର ତପସ୍ଵିନୀ ଗୁରୁ, ଶିଶୁ ସାହିତ୍ୟିକ ପ୍ରଦୀପ୍ତ ଭାନୁ ମହାନ୍ତି, ଅଧ୍ୟାପକ ତିଳକରାମ ପ୍ରଧାନ, ଅଶୋକ ପଶାୟତ,ସୁଦ୍ରୁମା ପଣ୍ଡା, କମଳିନୀ ଦେବୀ, ବାସନ୍ତୀ ଗୁରୁ,ନୂରାବତୀ ସାହୁ, ନିରୂପମା ମହାପାତ୍ର, ଲତିକା ବିଳାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।







(Report : Bijay ku sahu)

Edited by k.s thakur...

Post a Comment

Previous Post Next Post