ମୃତଦେହ ରାସ୍ତା ରେ ରଖି ରାତିସାରା ରାସ୍ତାରୋକ, ୫୦ ଲକ୍ଷ କ୍ଷତିପୂରଣ ଦାବି...

ମୃତଦେହ ରାସ୍ତା ରେ ରଖି ରାତିସାରା ରାସ୍ତାରୋକ, ୫୦ ଲକ୍ଷ କ୍ଷତିପୂରଣ ଦାବି...

ନବରଙ୍ଗପୁର,୨୨/୧୧ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ସନ୍ତୋଷପୁର ଗାଁରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ  ୫୦ଲକ୍ଷ ଟଙ୍କା ଦେଲେ ରାସ୍ତାରୋକ ହଟିବ। ଏପରି ଜିଦ୍‌ରେ ଅଡ଼ି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । କ୍ଷତିପୂରଣ ଦାବିରେ ୧୫ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ଧରି କୋଷାଗୁମୁଡା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଫଳରେ କୋଷାଗୁମୁଡାରୁ ଛତିଶଗଡ଼ ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକ କହିଛନ୍ତି।

   Ad..



ଗତକାଲି ସନ୍ଧ୍ୟାରେ ଛତିଶିଗଡ଼ରୁ ଆସୁଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍‌ଟି କୋଷାଗୁମୁଡା ଗାଁର ଯୁବକ ରତନ ମାଝୀଙ୍କୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ସ୍ଥାନୀୟ ଲୋକେ  ଟ୍ରକ୍ ଓ ତା’ ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ।

ଏହାସହ ମୃତ ରତନଙ୍କ ପରିବାର କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଗତକାଲି ସନ୍ଧ୍ୟାଠାରୁ କରାଯାଇଥିବା ରାସ୍ତାରୋକ ଆଜି ପର୍ଯ୍ୟନ୍ତ ଜାରି  ରହିଛି। କୋଷାଗୁମୁଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ  ମଧ୍ୟ ସେମାନେ ତାଙ୍କ  ଜିଦ୍‌ରେ ଅଡ଼ି ବସିଛନ୍ତି।

ରତନଙ୍କ ବଡ଼ ଭାଇ କହିଛନ୍ତି, ମୋ ଭାଇର ଦୁଇଟି ଝିଅ ଅଛନ୍ତି। ସେମାନେ କିପରି ଚଳିବେ। ତାଙ୍କ ପରିବାର ଚଳିବାକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ।  କ୍ଷତିପୂରଣ ନ ମିଳିଲା ପର୍ଯ୍ୟନ୍ତ  ରାସ୍ତାରୋକ ଜାରି ରହିବ।







Edited by k.s thakur..

Post a Comment

Previous Post Next Post