ଅଗ୍ନିକାଣ୍ଡ ରେ ଭସ୍ମୀଭୂତ ହୋଇଗଲା ୨ ବଖରା ଘର...
କଣ୍ଟାବାଞ୍ଜି ,୨୩/୧୧ : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରର ୧୧ ନଂ ୱାର୍ଡ ର ରୋହିତ ପୁଟେଲଙ୍କ ଘରେ ଗତ କାଲି ଦିନ ଦ୍ୱିପହରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି।
Ad...
ସୂଚନା ଅନୁସାରେ ରୋହିତଙ୍କ ପରିବାର ବର୍ଗ ପନିପରିବା ବିକି ଜୀବନ ଜୀବିକା ନିର୍ବାହ କରୁଥିଲେ । ଦିନ ପ୍ରାୟ ୧ଘଣ୍ଟା ସମୟରେ ଘରେ କେହି ନ ଥିବା ସମୟରେ ଘର ପାଖରେ ରହୁଥିବା ଲୋକେ ଘରରୁ ନିଆଁ ଲାଗିଥିବା କୁ ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ଅଗ୍ନିଶମ ବିଭାଗ , ପୋଲିସ ଓ ବିଦ୍ୟୁତ ବିଭାଗ କୁ ଖବର ଦେଇଥିଲେ ।
ବିଦ୍ୟୁତ ତାରରେ ନିଆଁ ଲାଗିବା ସମ୍ଭାବନା କୁ ଦେଖି ସେହି ଅଂଚଳ ର ବିଦ୍ୟୁତ ମଧ୍ୟ କାଟ କରିଥିଲେ। କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଘଟଣା ରେ ପହଞ୍ଚି ନିଆଁ କୁ ଆୟତ କରିଥିବା ସମୟ ସୁଦ୍ଧା ଘର ଜଳି ବାଉଁଶ ହୋଇଯାଇଥିଲା । ଲୋକେ ଜିନିଷପତ୍ର ଘରୁ ବାହାର କରିଥିଲେ। ନଗଦ କିଛି ଟଙ୍କା ସହିତ ଚଳିବା ପାଇଁ ରଖାଇଯାଇଥିବା ଚାଉଳ ଏବଂ ଅସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।
ସ୍ଥାନୀୟ ତହସିଲଦାର ସମୀର ବେହେରା ଏହି ଘଟଣା ର ଖବର ପାଇ ରାଜସ୍ବ ନିରକ୍ଷକ ଅଧିକାରୀ ନନ୍ଦକିଶୋର ମଲ୍ଲିକ କୁ ନିର୍ଦେଶ ଦେବା ପରେ ସେ ଘଟଣା ସ୍ଥଳ କୁ ପହଞ୍ଚି କେତେ କ୍ଷୟ କ୍ଷତି ହୋଇଛି ତାର ଆକଳନ କରି ଗୋଟିଏ ରିପୋର୍ଟ ତହସିଲଦାର କୁ ଦେଇଥିଲେ । ଅନ୍ୟ ପକ୍ଷରେ ସମାଜ ସେବୀ ମନୋଜ ଡାଲମିୟା ଓ ସାମ୍ବାଦିକ ମୋହନ ସୋନି ପୀଡ଼ିତ ପରିବାର କୁ ଖାଉଟି ସାମଗ୍ରୀ ଓ ଶୀତ ଦିନ କୁ ଦେଖି କମ୍ବଳ ଦେଇଥିଲେ । ସେହି ସ୍ଥାନରେ ପୂର୍ଵ ସୈନିକ ଓ ସମାଜସେବୀ କାନହୁ ଚରଣ ମିଶ୍ର ଉପସ୍ଥିତ ଥାଇ ଦୁଃଖୀ ପରିବାର କୁ ସାନ୍ତ୍ୱନା ଦେଇ ଥିଲେ। ବର୍ତ୍ତମାନ ଏହି ଗରିବ ପରିବାର ଶୀତ କାକରରେ କିମିତି ଓ କୁଆଡେ ରହିବେ ।ସରକାରଙ୍କ ତରଫରୁ ତାଙ୍କୁ ସହାୟତା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ରହିଛ।
Edited by k.s thakur....


