କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଙ୍କ ମାରାଥନ ପ୍ରଚାର ...

କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଙ୍କ ମାରାଥନ ପ୍ରଚାର ... 

ବିଜେଡି ,ବିଜେପି ର ଟଙ୍କା ନୁହଁ ତାଙ୍କର ଜନ ସମ୍ପର୍କ ଓ ଅଞ୍ଚଳ ର ବିକାଶ ରେ ତାଙ୍କ ଅବଦାନ  ...

ବରଗଡ / ପଦ୍ମପୁର, ୨୩/୧୧  :   ଇତି ମଧ୍ୟରେ ପଦ୍ମପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସତ୍ୟ ଭୂଷଣ ସାହୁ ନିଜର  ପ୍ରଚାର କୁ ଜୋରଦାର କରିବା ସହ ଘର କୁ ଘର ଯାଇ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି। 

    Ad...



ଆଜି ସେ ନିର୍ବାଚନ ମଣ୍ଡଳୀର ଅମଠୀ, ତୁମୁରିପାଣି, ସଂକ୍ରୀ, ପୁଟକିଡୁଙ୍ଗୁରୀ,ସାଳଢି, ଗଣ୍ଠୁଗୁଡ଼ା, ସାନଦାଦର୍, ତୁହୁଙ୍ଗିଦାଦର, ବୈତାଲି,କୋତନା,ଝାରବନ୍ଧ, କାଞ୍ଚିପାନି ଆଦି ବହୁ ଗ୍ରାମ କୁ ଗସ୍ତ କରି ପ୍ରଚାର କୁ ଜୋରଦାର କରିଛନ୍ତି।ତାଙ୍କ ସାଙ୍ଗରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ଝାରବନ୍ଧ ବ୍ଲକ ସଭାପତି ମୂଜାଫର୍ ହୁସେନ ଙ୍କ ସହିତ ବହୁ କଂଗ୍ରେସ କର୍ମୀ ଏବଂ ଗ୍ରାମ ବାସି ଉପସ୍ଥିତ ଥିଲେ । 

ଶ୍ରୀ ସାହୁ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଯେ ବିଜେଡି ,ବିଜେପି ର କଳା ଟଙ୍କା ନୁହଁ ତାଙ୍କର ଜନ ସମ୍ପର୍କ ଓ ସେ ବିଧାୟକ ଥିବା ସମୟର କରିଥିବା ଅଞ୍ଚଳ ର ବିକାଶ ହିଁ ତାଙ୍କର ଭୋଟ ଭିକ୍ଷା ର ମାଧ୍ୟମ ଅଟେ ଏବଂ ଏହି ଲୋକ ସମ୍ପର୍କ ଏବଂ କରିଥିବା ବିକାଶ ମୂଳକ କାର୍ଯ୍ୟ ହିଁ ତାଙ୍କୁ ଚଳିତ ନିର୍ବାଚନ ରେ ବିଜୟୀ କରାଇବ ।







(Report : Bijay ku sahu)

Edited by k.s thakur...

Post a Comment

Previous Post Next Post