ମାଓବାଦୀ ନେତାର ମୃତଦେହ ଠାବ, ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର...
ମାଲକାନଗିରି, ୨୩/୧୧: ଜଙ୍ଗଲରୁ ମିଳିଲା ନକ୍ସଲ କମାଣ୍ଡର ଦେବା ଓରଫ ତିରି ମାଡକାମୀର ମୃତଦେହ। ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର। ପୁଲିସ୍ ଖୋଜି ଖୋଜି ନୟାନ୍ତ ହେବା ପରେ ବି ପତ୍ତା ପାଉ ନ ଥିଲା। ଶେଷରେ ପୁଲିସ୍କୁ ଚକମା ଦେଇ ଦୀର୍ଘ ଦିନ ହେଲା ଏଣେତେଣେ ଲୁଚି ରହୁଥିଲା। ଏହି ନକ୍ସଲ ନେତାର ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନି। ତେବେ ସଙ୍ଗଠନରେ ପରସ୍ପର ଭିତରେ ଲାଗିଥିବା ଲଢ଼େଇ ଯୋଗୁ ଦେବାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Ad..
ସୂଚନା ଅନୁସାରେ ଆଜି ସକାଳେ ମାଲକାନଗିରି ନିକଟବର୍ତ୍ତୀ ଛତିଶଗଡର ଫୁସାରାସ ଘାଟି ନିକଟରେ ଥିବା ଜିଆକୋରତା ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇ ସିଆରପିଏଫ ଓ ପୁଲିସ୍ ଟିମ୍ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ତଦନ୍ତ ପରେ ତାହା ନକ୍ସଲ କମାଣ୍ଡର ଦେବାର ମୃତଦେହ ବୋଲି ସ୍ପଷ୍ଟ ହୋଇଛି।
ଦେବା ଦରଭା ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ଥିଲା। ପୁଲିସ ଦେବା ନାମରେ ୯ଟି ବିଭିନ୍ନ ହିଂସା ଘଟଣା ନେଇ ମାମଲା ରୁଜୁ କରି ଖୋଜୁଥିଲେ ବି ତା’ ପତ୍ତା ପାଉ ନ ଥିଲା। ଦେବା ନାମରେ ସରକାର ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।
ସଂଗଠନରେ ନିଜ ନିଜ ଭିତରେ ଲଢେଇ କରି ଦେବା ମୃତ୍ୟୁବରଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ମୃତଦେହ ନିକଟରୁ ଏକ ବନ୍ଧୁକ ବି ଜବତ ହୋଇଛି । ଏହି ଘଟଣାରେ ପୁଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି।
Edited by k.s thakur..


