ଟ୍ରାକ୍ଟର - ବାଇକ ମୁହାଁମୁହିଁ ଧକ୍କା , ଚାରି ବର୍ଷ ପୁଅ ର ମୃତ୍ୟୁ ,ବାପା ଗୁରୁତର,ଟ୍ରାକ୍ଟର ଘଟଣା ସ୍ଥଳରୁ ଫେରାର...

ଟ୍ରାକ୍ଟର - ବାଇକ ମୁହାଁମୁହିଁ ଧକ୍କା , ଚାରି ବର୍ଷ ପୁଅ ର ମୃତ୍ୟୁ ,ବାପା ଗୁରୁତର,ଟ୍ରାକ୍ଟର ଘଟଣା ସ୍ଥଳରୁ ଫେରାର...

ବଙ୍ଗୋମୁଣ୍ଡା ,୩/୧୧ : -ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଝଲପ ଗାଁ ର ବୁଲାଣି ଠାରେ ଦୁର୍ଘଟଣା । ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ  ଧକ୍କା ରେ ଚାରି ବର୍ଷ ପୁଅ ର ମୃତ୍ୟୁ ,ବାପା ଙ୍କୁ ଗୁରୁତର ଅବସ୍ଥାରେ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ଘଟଣା ସ୍ଥଳରେ ସିନ୍ଧେକେଲା ଥାନା ଅଧିକାରୀ ବିଳମ୍ବ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l 

ସୂଚନାଯୋଗ୍ୟ ଯେ ସିନ୍ଧେକେଲା ଥାନା ଗୁଡ଼ତୁଲା ଗାଁ ର ବିଘ୍ନ ରାଜ୍ ସାହୁ ଓ ତାଙ୍କ  ଚାରି ବର୍ଷ ର ପୁଅ  ପ୍ରବାସ ସାହୁ ଙ୍କ ସହ ନିଜ ମୋଟର ସାଇକେଲ ରେ ଝଲପ ପଟକୁ ଯାଉଥିଲେ l ବିପରୀତ ପଟରୁ ଜୋର ରେ ଆସୁଥିଲା ଟ୍ରାକ୍ଟର l ଟ୍ରାକ୍ଟର ଟି ମୋଟର ସାଇକେଲ ରେ  ସାମ୍ନା ପଟରୁ ଧକ୍କା ଦେଇଥିଲା l ଫଳରେ ବାପା ଓ ପୁଅ ଦୂର ରେ ପଡ଼ିଥିଲେ l ଘଟଣା ସ୍ଥଳରେ ହିଁ ଚାରି ବର୍ଷ ଛୋଟ ଛୁଆ ପ୍ରବସ ସାହୁ ର ମୃତ୍ୟୁ ହୋଇଥିବା ବେଳେ ବିଘ୍ନ ରାଜ ସାହୁ ଅଚେତ ଅବସ୍ଥାରେ ପଡ଼ିଥିଲେ l 

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଲା ପରେ ଆମ୍ବୁଲାନ୍ସ ରେ ଉଭୟେ ବାପା ଓ ପୁଅ ଙ୍କୁ ସିନ୍ଧେକେଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ଚାରି ବର୍ଷ ପୁଅ କୁ ଡାକ୍ତର ମୃତ ଘୋଷଣା କରିଥିଲେ l ସେପଟେ ଗୁରୁତର ଅବସ୍ଥାରେ ବିଘ୍ନ ର ଚିକିତ୍ସା ଚାଲିଥିବା ଜଣାପଡିଛି l ବାଇକ କୁ ଧକ୍କା ଦେଇଥିବା ଟ୍ରାକ୍ଟର ଘଟଣା ଘଟାଇ ଫେରାର ହୋଇ ଯାଇଥିବା ବେଳେ । ସିନ୍ଧେକେଲା ଅଞ୍ଚଳ ର ବଂଗୋମୁଣ୍ଡା ଚେୟାରମ୍ୟାନ ଙ୍କ ସ୍ୱାମୀ ଭୋଳାନାଥ ବେହେରାଙ୍କ ଟ୍ରାକ୍ଟର ବୋଲି ଚର୍ଚ୍ଚା ହେଉଛି । ସେପଟେ  ସିନ୍ଧେକେଲା ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟ ପଟେ ଭୋଳା ନାଥ ବେହେରାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ କଳ ରିଶିଵ କରି ନ ଥିବାରିଲୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ତେବେ ଦଇବ ର ଦୁର୍ଭାଗ୍ୟ ଫଳରେ ନାଁ ଟ୍ରାକ୍ଟର ଚାଳକ ର ଅବହେଳା ଯୋଗୁଁ ଗଲା ଗୋଟିଏ ନିର୍ଦୋଷ ଶିଶୁ ର ଜୀବନ। ସଜା ଭୋଗିବ କିଏ ନାଁ ପୋଲିସ ବାବୁଙ୍କ ଦୟା ରୁ ସବୁ ମାମଲା ଖଳାଷ ହୋଇ ଯିବ। ଦେଖିବା କୁ ରହିଲା ପୋଲିସ ପ୍ରଶାସନ ର କାର୍ଯ୍ୟକଳାପ।






Edited by k.s thakur...

Post a Comment

Previous Post Next Post