Update news : ସଡ଼କ ଦୁର୍ଘଟଣା ରେ ଶିଶୁ ମୃତ୍ୟୁ କୁ ନେଇ ସଡ଼କ ଅବରୋଧ, ଚାପା ଉତ୍ତେଜନା....

ସଡ଼କ ଦୁର୍ଘଟଣା ରେ ଶିଶୁ ମୃତ୍ୟୁ କୁ ନେଇ ସଡ଼କ ଅବରୋଧ, ଚାପା ଉତ୍ତେଜନା....

ବଙ୍ଗୋମୁଣ୍ଡା ,୩/୧୧ : -ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଝଲପ ଗାଁ ର ବୁଲାଣି ଠାରେ ଦୁର୍ଘଟଣା । ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ  ଧକ୍କା ରେ ଚାରି ବର୍ଷ ପୁଅ ର ମୃତ୍ୟୁ ,ବାପା ଙ୍କୁ ଗୁରୁତର ଅବସ୍ଥାରେ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। 

ସୂଚନାଯୋଗ୍ୟ ଯେ ସିନ୍ଧେକେଲା ଥାନା ଗୁଡ଼ତୁଲା ଗାଁ ର ବିଘ୍ନ ରାଜ୍ ସାହୁ ଓ ତାଙ୍କ  ଚାରି ବର୍ଷ ର ପୁଅ  ପ୍ରବାସ ସାହୁ ଙ୍କ ସହ ନିଜ ମୋଟର ସାଇକେଲ ରେ ଝଲପ ପଟକୁ ଯାଉଥିଲେ । ବିପରୀତ ପଟରୁ ଜୋର ରେ ଆସୁଥିଲା ଟ୍ରାକ୍ଟର । ଟ୍ରାକ୍ଟର ଟି ମୋଟର ସାଇକେଲ ରେ  ସାମ୍ନା ପଟରୁ ଧକ୍କା ଦେଇଥିଲା ।ଫଳରେ ବାପା ଓ ପୁଅ ଦୂର ରେ ପଡ଼ିଥିଲେ ।ଘଟଣା ସ୍ଥଳରେ ହିଁ ଚାରି ବର୍ଷ ଛୋଟ ଛୁଆ ପ୍ରବସ ସାହୁ ର ମୃତ୍ୟୁ ହୋଇଥିବା ବେଳେ ବିଘ୍ନ ରାଜ ସାହୁ ଅଚେତ ଅବସ୍ଥାରେ ପଡ଼ିଥିଲେ ।

ଏହି ଘଟଣା କୁ ନେଇ ବର୍ତ୍ତମାନ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ ଯାଦବ, ଜିଲ୍ଲା ପରିଷଦ ସଦସ୍ୟ ଦାମୋଦର ସୁନା,ଗନ୍ଧରଲା ସରପଞ୍ଚ ପ୍ରତିନିଧି ପ୍ରଦୀପ ଜାଲ, ସାଂସଦ ପ୍ରତିନିଧି ଅନିଲ କୁମାର ନାୟକ, ମୋତି ତ୍ରିପାଠୀ, ହେମନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ବର୍ତ୍ତମାନ ପୀଡ଼ିତ ପରିବାର କୁ ନ୍ୟାୟ ଦାବି ରେ ରାସ୍ତା ଅବରୋଧ କରିଛନ୍ତି।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ରୁ ପୋଲିସ ପକ୍ଷରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁଲ୍ତୟନ କରଯାଇଛି। ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଓ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା ଲୋକଙ୍କୁ ବୁଝା ସୁଝା କରିବା ଜାରି ରଖିଛନ୍ତି।





Edited by k.s thakur...

Post a Comment

Previous Post Next Post