ଛୋଟିଆ ଘରେ ବିତୁଛି ୫ ଅସହାୟ ଙ୍କ ଜୀବନ...

ଛୋଟିଆ ଘରେ ବିତୁଛି ୫ ଅସହାୟ ଙ୍କ ଜୀବନ...

କୁଚିଣ୍ଡା,୦୩/୧୧ : କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ୧ନଂ ୱାର୍ଡରେ ଗୋଟିଏ ଛୋଟିଆ ଘରେ ବିତୁଛି ୫ ଅସହାୟ ଙ୍କ ଜୀବନ। ଦଇବର କୋପ ଦୃଷ୍ଟି ପଡିଛି ଛୋଟ ଛୋଟ କୋମଳମତି ଶିଶୁଙ୍କ ଉପରେ। ସ୍ଥାନୀୟ ପ୍ରଶାସନର ଦୃଷ୍ଟି ମଧ୍ୟ ପଡୁନି ଯାହାଫଳରେ ଭାଗ୍ୟକୁ ଆଦରି ୩ ଫୁଟର ଘର ହୋଇଛି ଓ ଛେଳି କୁକୁଡା ରହିବା ଭଳି ଘରରେ ଜଣେ କିମ୍ବା ୨ ଜଣ ନୁହଁନ୍ତି ରହୁଛନ୍ତି ୫ ଜଣ। 

ସବୁଠାରୁ ବଡକଥା ଯେ ଏହି ଘରେ ନା ଆଛି ଝରକା ନା ଆଛି କବାଟ। ଏହି ଛୋଟିଆ ଘରେ ଉପରେ ଉପରେ ଲଦି ହୋଇ ରାତ୍ରୀ ଯାପନ କରନ୍ତି। ପୁଣି ସେହି ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। କେତେବେଳେ ଗଳି ପଡିବ ତାହା ମଧ୍ୟ କହି ପାରିବେନାହିଁ। ଏପରି ପରିସ୍ଥିତିରେ ନାବାଳକଙ୍କ ମୁହଁରେ ଦାନା ଯୋଗାଡ କରିବା ସମ୍ଭବ ହେଉନଥିବା ବେଳେ ପାଠ ପଢା ଦୂରର କଥା।

ସରକାର ଏମାନଙ୍କ ପାଖରେ ଯୋଜନା ପହଞ୍ଚାଇବାରେ ଫେଲ ମାରିଛି। ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏମାନଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ କରିଛନ୍ତି । ଅତି ଦୁଃଖରେ ଜୀବନଯାପନ କରୁଛନ୍ତି।





Edited by k.s thakur...

Post a Comment

Previous Post Next Post