ଧଉଳିରେ ଦୁଇ ପିକନିକ୍ ପାର୍ଟି ମଧ୍ୟରେ ମାରପିଟ୍, ୪ ଗୁରୁତର...

ଧଉଳିରେ ଦୁଇ ପିକନିକ୍ ପାର୍ଟି ମଧ୍ୟରେ ମାରପିଟ୍, ୪ ଗୁରୁତର...

ଭୁବନେଶ୍ୱର,୧୯/୧୧ : ରାଜଧାନୀ ଉପକଣ୍ଠ ଧଉଳିରେ ଦୁଇ ପିକନିକ୍ ପାର୍ଟି ମଧ୍ୟରେ ମାରପିଟ୍ । ମାରପିଟ୍ ରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଧଉଳି ଥାନାକୁ ଅଭିଯୋଗ କରିବାକୁ ଆସିଥିବା କିଛି ଯୁବକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି ।

Ad..


ଫଳରେ ଧଉଳି ଥାନା ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ପିକନିକ ପାର୍ଟିଙ୍କ ମାଡରେ ଜଣେ ଜଣ ଯୁବକଙ୍କ ମୁହଁ ଫାଟିଥିବା ସହ ଅନ୍ୟ ଜଣଙ୍କ ହାତ ମଧ୍ୟ ଭାଙ୍ଗିଛି । ଆହାତ ଯୁବକଙ୍କୁ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଶୁକ୍ରବାର ଧଉଳି ପାଦଦେଶରେ କିଛି  ପିକନିକ୍ ପାର୍ଟି ପିକନିକ କରୁଥିଲେ । ଏହି ସମୟରେ କୌଣସି କାରଣରୁ ସ୍ଥାନୀୟ ଅଂଚଳର ଏକ ପିକନିକ ପାର୍ଟି ସହ ଅନ୍ୟ ଏକ ପିକନିକ୍ ପାର୍ଟିଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ପରେ ମାରପିଟ୍ ହୋଇଥିଲା  । ମାରପିଟରେ ଉଭୟ ପକ୍ଷର ୪ ଜଣ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଅଂଚଳର ପିକନିକ୍ ପାର୍ଟିର ୨ ଜଣ ଯୁବକ ଧଉଳି ଥାନାରେ ଏ ନେଇ ଅଭିଯୋଗ କରିବାକୁ ଆସିଥିବା ବେଳେ ଧଉଳି ପୋଲିସ ୨ ଯୁବକଙ୍କୁ ମାଡ ମାରିଥିବା ଆହାତ ଯୁବକ ଅଭିଯୋଗ କରିଛନ୍ତି ।






Edited by k.s thakur...

Post a Comment

Previous Post Next Post