ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ଗର୍ଭବତୀ ...

ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ଗର୍ଭବତୀ ...

ଲମତାପୁଟ, ୧୯/୧୧ : ଏପରି ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ।ଆଜି ପର୍ଯ୍ୟନ୍ତ ଗାଁକୁ ଖଣ୍ଡେ ଭଲ ରାସ୍ତା ତିଆରି କରିପାରିଲେ ନାହିଁ। ଯେଉଁଥିପାଇଁ ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ। 

    Ad..



ଲମତାପୁଟ ବ୍ଲକ୍‌ ଚିକେନପୁଟ ପଞ୍ଚାୟତର ଡୁମୁରିଗୁଡା ଗାଁର ଚଞ୍ଚଳା ଖରା ଆଜି ସକାଳେ ଗର୍ଭ ଯନ୍ତ୍ରଣା ପାଇଥିଲେ। ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ଠିକ୍‌ ସମୟରେ ଆସିଥିଲା। ହେଲେ ଡୁମୁରିଗୁଡ଼ା ଗାଁକୁ ଯାଇପାରିନଥିଲା। ଗାଁଠାରୁ ଦୁଇ କିମି ଦୂରରେ ଅଟକିଥିଲା ଆମ୍ୱୁଲାନ୍ସ। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଅଧା ରାସ୍ତାରେ ଆମ୍ୱୁଲାନ୍ସ ଅଟକିଥିଲା।

ଅଧା ବାଟରେ ଆମ୍ୱୁଲାନ୍ସ ଅଟକିଥିବା ଜାଣିପାରି ଗାଁ ଲୋକେ ଏକ ଖଟିଆରେ ଚଞ୍ଚଳାଙ୍କୁ ବୋହି ନେଇଥିଲେ। ସେଠାରୁ ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ନିଆଯାଇ ଲମତାପୁଟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ବଣ ପାହାଡ଼ ଘେରା ଡୁମୁରିଗୁଡା ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ସେଥିପାଇଁ ଗାଁ ଲୋକେ ଯିବା ଆସିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖଣ୍ଡିଏ ପାଇଁ ଗାଁ ଲୋକେ ବହୁବାର ଦାବି କରି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ତିଆରି ହୋଇପାରୁନଥିବା ଅଭିଯୋଗ ହୋଇଛି।







Edited by k.s thakur...

Post a Comment

Previous Post Next Post