କାର ଧକ୍କାରେ ଗଲା ବାଇକ ଚାଳକ ର ଜୀବନ ?

କାର ଧକ୍କାରେ ଗଲା ବାଇକ ଚାଳକ ର ଜୀବନ ?

ବଙ୍ଗୋମୁଣ୍ଡା, ୧୮/୧୧ :  ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ୧୬ ନଂ ରାଜ୍ୟ ରାଜପଥ ସାଲେମୁଡଗାଁ ବାଗବାହାଲ ରାସ୍ତା ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି ।

   Ad..



ସୂଚନା ଅନୁସାରେ ଶୁକ୍ରବାର ଦିନ ୧୧ ଟା ସମୟରେ ବଙ୍ଗୋମୁଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା କାର ସାମ୍ନା ପଟରୁ ଏକ ବାଇକ କୁ ଧକ୍କା ଦେଇଥିଲା। ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକ ର ମୃତ୍ୟୁ ହୋଇଯାଇଥିଲା ।

ବାଇକ ଆରୋହି ସିନ୍ଧେକେଲା ଥାନା ଗନ୍ଧର୍ଲା ଗ୍ରାମର ଗଣେଶ ନାଗ ଙ୍କ ପୁଅ ମିଟୁ ନାଗ(୨୩) କୌଣସି କାମରେ ବାଇକ ଯୋଗେ ବଙ୍ଗୋମୁଣ୍ଡା ଯାଉଥିଲେ ।କାର ଧକ୍କା ଦେବାରୁ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।ଖବର ପାଇ ସିନ୍ଧେକେଲା ପୋଲିସ ପହଁଚି ଯୁବକ ଙ୍କୁ ଉଦ୍ଧାର କରି ସିନ୍ଧେକେଲା ଡ଼ାକ୍ତରଖାନା କୁ ନେଇଥିଲେ ।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ଘଟେଇ କାର ଚାଳକ ଫେରାର ମାରିଥିଲେ ।ଅପରାହ୍ନ ୩ ଟା ସମୟରେ ସିନ୍ଧେକେଲା ଦୂର୍ଗା ମଣ୍ଡପ ନିକଟରେ ମୃତ ଯୁବକ ଙ୍କ ଶବ କୁ ରଖି ପରିବାର ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ।୨ ଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା କାର ମାଲିକ ଅଡେଇ ଲକ୍ଷ ଟଙ୍କା କ୍ଷତି ପୁରଣ ଦେଇଥିବା ବେଳେ ,ବଙ୍ଗୋମୁଣ୍ଡା ତହସିଲଦାର ରେଡ଼କ୍ରସ ପାଣ୍ଠିରୁ କୋଡିଏ ହଜାର ଟଙ୍କା ସହାୟତା ଦେବା ପାଇଁ ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ । ପରେ ରାସ୍ତା ରୋକ ରୁ ଅବରୋଧ କାରି ମାନେ ହଟିଥିଲେ। ସିନ୍ଧେକେଲା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିବା ଜଣାପଡିଛି ।






Edited by k.s thakur...

Post a Comment

Previous Post Next Post