କଣ୍ଟାବାଞ୍ଜି ସହରରେ ଘୁରି ବୁଲୁଛି ୧୦୦ ଟଙ୍କିଆ ନକଲି ନୋଟ...

କଣ୍ଟାବାଞ୍ଜି ସହରରେ ଘୁରି ବୁଲୁଛି ୧୦୦ ଟଙ୍କିଆ ନକଲି ନୋଟ...

କଣ୍ଟାବାଞ୍ଜି,୧୯/୧୧ : ଓଡ଼ିଶା ରାଜ୍ୟର ଅନେକ ସହରରେ ଅନେକ ଥର ପୋଲିସ ଦ୍ୱାରା ନକଲି ନୋଟ ଛପା ସ୍ଥାନରେ ରେଡ଼ କରି ଅପରାଧୀ ଙ୍କୁ ଗିରଫ କରିଛନ୍ତି।
   Ad..


ଏବେ କଣ୍ଟାବାଞ୍ଜି ସହରରେ ଘୁରି ବୁଲୁଛି ୧୦୦ ଟଙ୍କିଆ ନକଲି ନୋଟ। କିଛି ଦିନ ପୂର୍ବରୁ ଜଣେ ଖଟିଖିଆ ବୃଦ୍ଧା ମହିଳାଙ୍କୁ କେହି ଜଣେ ଦୁର୍ବୃତ୍ତ କିଛି ସାମଗ୍ରୀ କିଣିବା କୁ ନେଇ ୧୦୦ ଟଙ୍କିଆ ନକଲି ନୋଟ ଦେଇଥିଲେ। ମହିଳା ଜଣଙ୍କ ଚକ୍ଷୁ ଅସୁବିଧା ଥିବା ଓ ଆଖି ରୁ କମ୍ ଦେଖା ଦେବା ଯୋଗୁଁ ଦୁର୍ବୃତ୍ତ ଜଣଙ୍କ ମୌକାର ଫାଇଦା ଉଠାଇଥିଲା।

ଏହି ଖବର ଆମ ପାଖରେ ରେ ପହଞ୍ଚିବାରୁ ଆମେ ସେହି ବୃଦ୍ଧା ମହିଳାଙ୍କ ଠାରୁ ସେହି ନକଲି ନୋଟ ମାଙ୍ଗି ମାମଲା ର ପଚରା ଉଚୁର କରିଥିଲୁ। ମହିଳା ଜଣଙ୍କ ସେହି ଲୋକଙ୍କୁ ଚିନ୍ହି ନାହାଁନ୍ତି କି ଜାଣି ନାହାନ୍ତି। ଜଣେ ଛୋଟିଆ ବ୍ୟବସାୟୀ ହୋଇ ଥିବାରୁ କିଛି ଲୋକ କିଣା ବିକା କରି ଟଙ୍କା ଦିୟା ନିଆ କରିଥାନ୍ତି।

ଏହା ଗୋଟିଏ ଘଟଣା ନୁହେଁ, କଣ୍ଟାବାଞ୍ଜି ସହରରେ ଅନେକ ଖାଇବା ପିଇବା ଠେଲା ରେ ଦୁର୍ବୃତ୍ତ ମୌକା ଦେଖି ନକଲି ନୋଟ ଧରାଇ ଚାଲି ଯାଇଥିବା ଖବର ମିଳିଛି। ତେଣୁ ଆମ ପକ୍ଷରୁ ଆପଣଙ୍କୁ ସତର୍କ କରୁଅଛୁ।





Edited by k.s thakur...

Post a Comment

Previous Post Next Post