ଆଜି ଭୁବନେଶ୍ୱର ସ୍ଥିତ ନିଜ ସ୍କୁଲ ଯିବେ ରାଷ୍ଟ୍ରପତି, ପୁରୁଣା ସହପାଠୀନି ଙ୍କୁ ଭେଟିବେ....

ଆଜି ଭୁବନେଶ୍ୱର ସ୍ଥିତ ନିଜ ସ୍କୁଲ ଯିବେ ରାଷ୍ଟ୍ରପତି, ପୁରୁଣା ସହପାଠୀନି ଙ୍କୁ ଭେଟିବେ....

ଭୁବନେଶ୍ୱର,୧୧/୧୧ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ସେ ଆଜି ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିବେ। ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ସେ ଯିବେ।  ୧୯୭୦ରୁ ୭୪ ଯାଏ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

   Ad..



ଦୀର୍ଘ ଦିନ ପରେ ପୁଣି ଏଠି ତାଙ୍କ ପାଦ ପଡ଼ିବ।  ନିଜର ୧୩ ଜଣ ସହପାଠିନୀଙ୍କୁ  ମଧ୍ୟ ଭେଟିବେ ରାଷ୍ଟ୍ରପତି। ସେଠାରେ ସେ ୫ ଦଶନ୍ଧି ତଳର ପୁରୁଣା ସ୍ମୃତିକୁ ମନେ ପକାଇବେ। ସେହିପରି ରାଷ୍ଟ୍ରପତି କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ, ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ୍ ବୁଲି ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ରାଇରଙ୍ଗପୁରରୁ ରାଇସିନା ହିଲ୍‌ରେ ପହଞ୍ଚିବା ପରେ ଗତକାଲି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  କାରରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରି ବଳଗଣ୍ଡି ଛକରୁ ଚାଲି ଚାଲି ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।  ଶ୍ରୀଜିଉଙ୍କୁ ତୁଳସୀ ମାଳ ଓ  ଦିପ ପ୍ରଦାନ କରି ପୁରୀ ରାଜଭବନ ଫେରିଥିଲେ। ସେଠାରେ ମହାପ୍ରସାଦ ଭୋଜନ କରି ଭୁବନେଶ୍ୱର ଫେରିଥିଲେ।






Edited by k.s thakur...

Post a Comment

Previous Post Next Post