ଚାଷ ଜମିରେ ଜଳସେଚନ ପାଇଁ ଦାବିପତ୍ର ପ୍ରଦାନ...
ବଙ୍ଗୋମୁଣ୍ଡା,୨୪/୧୧ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଠେମରା ପଞ୍ଚାୟତର ଠେମରା,ଜାମତରା,ଉତକେଲା ଗ୍ରାମ କୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ରୁ କେନାଲ ପାଣି ଜଳସେଚିତ ହୋଇ ପାରିନଥିବାରୁ ଶତାଧିକ ଚାଷୀ ଙ୍କୁ କ୍ଷତି ସହିବାକୁ ପଡୁଛି ।
Ad..
ମରୁଡି ପ୍ରପୀଡ଼ିତ ଏହି ଗ୍ରାମ ଗୁଡିକରେ ଜଳସେଚନ ହେଉନଥିବାରୁ ଚାଷୀ କ୍ଷତିରେ ପଡୁଛନ୍ତି ।ଗତ ୨ ବର୍ଷ ପୂର୍ବରୁ ଉକ୍ତ ପଞ୍ଚାୟତଗାଁ ଗୁଡିକୁ ଜଳସେଚନ ପାଇଁ ସର୍ବେକ୍ଷଣ ହୋଇଥିବା ସତ୍ତ୍ୱେ ମଧ୍ୟ ଜଳସେଚନ ହୋଇ ପାରିନାହିଁ ।ଏ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବରୋବାହାଲ ସ୍ଥିତ ଲୋୟର ଇନ୍ଦ୍ର ପ୍ରକଳ୍ପ ର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଠାରେ ଦାବି ପତ୍ର ପ୍ରଦାନ କରାଯାଇଛି। ଗରିବ ସେନା ସଂଗଠନପକ୍ଷରୁ ସଭାପତି ଦିନେଶ ତାଣ୍ଡି,ଯୁବ ନେତା ଯୁବରାଜ ମାଝୀ, ସତ୍ତାର ଅଲ୍ଲୀ ପ୍ରମୁଖ କେନାଲ ବିଭାଗ ର ଅଧିକାରୀ ସିତାଂଶୁ ଶେଖର ଦାସ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।
Edited by k.s thakur...


