କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଙ୍କ ଦିନକରେ କୋଡ଼ିଏ ରୁ ଉର୍ଦ୍ଧ୍ବ ଗାଁ ରେ ବୈଠକ, ବୟସ ହାର ମାନୁଛି ତାଙ୍କ ପାଖରେ...

କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଙ୍କ ଦିନକରେ କୋଡ଼ିଏ ରୁ ଉର୍ଦ୍ଧ୍ବ ଗାଁ ରେ ବୈଠକ, ବୟସ ହାର ମାନୁଛି ତାଙ୍କ ପାଖରେ...

ବରଗଡ଼ / ପାଇକମାଳ/ପଦ୍ମପୁର,୨୪/୧୧ : କଂଗ୍ରେସ ଦଳର ପ୍ରାର୍ଥୀ ପୂର୍ବ ବିଧାୟକ ସତ୍ୟ ଭୂଷଣ ସାହୁ ଙ୍କ ଆଗରେ ବୟସ ହାର ମାନୁଛି।ସକାଳୁ ଉଠି ନିତ୍ୟକର୍ମ ସାରି କର୍ମୀ ଓ ନେତ୍ରୁ ମଣ୍ଡଳୀ ଙ୍କ ସହ ଦିନ ତମାମ କାର୍ଯ୍ୟ ର ପ୍ରଥମିକ ଆଲୋଚନା ସାରି ସିଧା ବାହାରି ଯାଉଛନ୍ତି ପ୍ରଚାର କାମ ରେ। 

   Ad..



ବିଳମ୍ବିତ ରାତ୍ରି ରେ ଫେରୁଛନ୍ତି ଏବଂ ପୁଣି ପିସିସି ଓ ଡି ସି ସି ର କର୍ମକର୍ତ୍ତା ଙ୍କ ସହ ନିର୍ବାଚନ ରଣନୀତି ଆଲୋଚନା କରିବା ପରେ ଯାଇ ଯେଉଁ ଅଳ୍ପ ସମୟ ବିଶ୍ରାମ ନେଉଛନ୍ତି। ବିଜେଡି ବିଜେପି ର କଳା ଟଙ୍କା ଆଗରେ ତାଙ୍କର ସାଚ୍ଚୋଟତା, ସରଳ ,ଆମୟିକ ବ୍ୟବହାର ଓ ଅଞ୍ଚଳରେ କରିଥିବା ବିକାଶ କାର୍ଯ୍ୟ ହିଁ ତାଙ୍କ ପ୍ରଚାର ର ମାଧ୍ୟମ ରହିଛି। 

ସେ କାହାରି ବିରୁଦ୍ଧରେ କୌଣସି ପ୍ରଚାର ନ କରି ତାଙ୍କ ଅମଳରେ ହୋଇଥିବା କାର୍ଯ୍ଯ ଓ ତାଙ୍କ ପରେ ବିଧାୟକ ମାନେ କଣ କରିଛନ୍ତି ତାର ହିସାବ ନିଜେ ଜନ ସାଧାରଣ କରିବାକୁ ଅନୁରୋଧ କରି ନିଜ ସମୟରେ କରିଥିବା ଉନ୍ନତି ମୂଳକ କାର୍ଯ୍ୟ ପାଇଁ ତାଙ୍କୁ ହିଁ ଜନ ସାଧାରଣ ନିର୍ବାଚିତ କରନ୍ତୁ ବୋଲି ଭୋଟ ଭିକ୍ଷା କରୁଛନ୍ତି। 

ସେ ଦିନକୁ ୧୫ ରୁ ୨୦ ଗ୍ରାମ ବୁଲି ଘର କୁ ଘର ଯାଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି ଆଉ ସେଥିରେ ସଫଳତା ମଧ୍ୟ ପାଉଛନ୍ତି। ଆଜି ସେ ପାଇକମାଳ ବ୍ଲକ୍ ର ମାଉଳଦା, ବନମାଲ,ଲୁଆପାଲି,ପଲ୍ ସଦା, ଗୁଆବାହାଲି,ଗଣ୍ଡପାଲି, କେର୍ମେଳିବାହଲ,ବିଯାଡ଼ିହି, ପଦ୍ମପୁର , ଖଇରା, ବୁକ୍ରାମୁଣ୍ଡା, କୁମ୍ରି ଚୁଆଁ, ଲା, ବାଦିକଣ୍ଟା ଆଦି ଗ୍ରାମ ଗସ୍ତ କରି ଜନ ସାଧାରଣ ଙ୍କ ପାଖରେ। ପହଞ୍ଚି ଭୋଟ ଭିକ୍ଷା କରିଥିଲେ।








(Report : Bijay ku sahu)

Edited by k.s thakur...


Post a Comment

Previous Post Next Post