ବସ୍ତି ବାସିନ୍ଦା ଙ୍କୁ ମିଳିବ ଭୂମି ଅଧିକାର ,୫ଟି ମହାନଗର ନିଗମରେ ଆରମ୍ଭ ହେଲା ଡ୍ରୋନ ସର୍ଭେ....
ଭୁବନେଶ୍ୱର,୧୦/୧୧ : ୫ଟି ମହାନଗର ନିଗମରେ ଆରମ୍ଭ ହେଲା ଡ୍ରୋନ ସର୍ଭେ ।ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର । ଭୁବନଶ୍ୱର ଗାଡକଣା ସ୍ଥିତ ମହିମା ନଗର ବସ୍ତି ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡ୍ରୋନ ସର୍ଭେ କାର୍ୟକ୍ରମ ଆରମ୍ଭ କରିଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତି ମୁକ୍ତ ହେବା ନେଇ ଆହ୍ୱାନ ଦେଇଛନ୍ତି ।
Ad..
୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନ ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବ । ତେବେ ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଏହି ସଂଘ ଗୁଡିକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟପଟେ ସହରକୁ ବସ୍ତି ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ମିଶନ ଏକ ସ୍ୱଚ୍ଛ ବାର୍ତ୍ତା ଦେଇଥିବା କହିଛନ୍ତି ବିଧାୟକ,ମେୟର ।
Edited by k.s thakur...


