ମୁଙ୍ଗେ ପାହାଡ କୁ ଧ୍ଵଂସ କରିବା ପାଇଁ ଆଉ ଥରେ ଯୋଜନା...?
ବଙ୍ଗୋମୁଣ୍ଡା,୧୦ /୧୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଅଲଣ୍ଡା ଗାଁ ନିକଟରେ ଥିବା ମୁଙ୍ଗେ ପାହାଡ଼ ଉପରେ ତିନି ମାସର ନୀରବତା ପରେ ପୁଣି ଥରେ ପାହାଡ ଲିଜ ଧାରୀ ନଜର ପକେଇ ବୋର ୱେଲ ଡ୍ରିଲିଂ ମସିନ ସାହାଯ୍ୟରେ ଗତ ମଙ୍ଗଳବାର ଡ୍ରିଲିଂ କାମ ଆରମ୍ଭ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ପହଞ୍ଚି ବିରୋଧ କରିଥିଲେ।
ତେବେ ଡ୍ରିଲିଂ କରୁଥିବା ଗାଡ଼ି ଚମ୍ପଟ ମାରିଥିଲା ଏହି ପାହାଡ଼ ଉପରେ ଏବେ ବି ନଜର ହଟି ନାହିଁ ଲିଜଧାରୀଙ୍କ କବଳରୁ ପାହାଡ କୁ ଧ୍ଵଂସ କରିବା ପାଇଁ ବହୁ ବଡ଼ ଯୋଜନା କରୁଥିବା ବେଳେ କାହା ସାହସ ରେ ଏତେ ସାହସ ଜୁଟାଉଛି ଏହି ଲିଜ ଧାରୀ କିଏ ଦେଉଛି ସୁରକ୍ଷା ନିଶ୍ଚିତ ଭାବରେ ବଡ ବଡ଼ିଆ ସ୍ଥାନୀୟ ରାଜନେତା ଙ୍କ ହାତଥିବ ବୋଲି ସ୍ଥାନୀୟ ରେ ଚର୍ଚ୍ଚା ଚାଲିଛି ।
ତେବେ କିଏ ସେ ବଡ଼ ନେତା ଏତେ ବିରୋଧ ପରେ ମଧ୍ୟ କହିଁକି ଚୁପ ରହୁଛନ୍ତି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ।ତେବେ ଏହି ପାହାଡ଼ ଆଦିବାସୀ ମାନଙ୍କ ମାଁ, ବାପା ଆସ୍ଥା ଓ ବିଶ୍ୱାସ ରେ ପରିପୂର୍ଣ୍ଣ। ତେବେ ଧ୍ଵଂସ କରିବାରେ କାହାର ହାତ ସିନ୍ଧେକେଲା ଅଞ୍ଚଳରୁ କୋଟି କୋଟି ଟଙ୍କାର ବାଲି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ମାନେ ଚୁପ ଆଉ କିଛି ଦିନ ପରେ ଏହି ଅଞ୍ଚଳରୁ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଶେଷ ହେବ ଯଦି ଆଗାମୀ ଦିନରେ ସୁରକ୍ଷା ନ କରାଯାଏ। ତେବେ ବୁଦ୍ଧିଜୀବୀ ମାନେ ସମ୍ନା କୁ ଆସି ସୁରକ୍ଷା କରିବା ଜରୁରୀ ହୋଇପଡିଛି।
Edited by k.s thakur...


