ସାମ୍ବାଦିକ ସଂଘଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ...
କଣ୍ଟାବାଞ୍ଜି,୧୬/୧୧ : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ଦ୍ୱାରା ବୁଧବାର ଦିନ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ବିମଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା ।
Ad..
ଏହି ସଭାରେ ସଂଘର ସଦସ୍ୟମାନେ ପ୍ରେସ ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟରତ ସାମ୍ବାଦିକ ଖବର ସଂଗ୍ରହ ବେଳେ ତଥ୍ୟ ଭିତିକ ଖବର ସଂଗ୍ରହ ସମାଜକୁ ଠିକ୍ ଦିଗ ଦର୍ଶନ ହେଲାଭଳି ସମ୍ବାଦ/ଖବର ପରିବେଷଣ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି ।
ଏହି ବୈଠକରେ ସଂଘର ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ବେହେରା,ବରିଷ୍ଠ ସାମ୍ବାଦିକ ଜୀବନାନନ୍ଦ ମହାନ୍ତି, ଡ଼ଃ ସଂଜୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ,ଉପସଭାପତି ଅଶୋକ ନାରାୟଣ ଭୋଇ,ମୋହନ ସୋନି,ଅନ୍ତିମ କୁମାର ପାଣିଗ୍ରାହି, ଆଇନ ପରାମର୍ଶ ଦାତା ସଂଜୟ କୁମାର ନାଥ, ଯୁଗ୍ମ ସମ୍ପାଦକ ହୁଲେଶ୍ୱର ହଂସ ନିଜ ନିଜ ସ୍ୱ-ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ କୃତିକର ବାଗ,ଅଭିମନ୍ୟୁ ବହିଦାର, ସୁଶାନ୍ତ ଥନାପତି,ପ୍ରମୋଦ ବେହେରା, ରାଧେଶ୍ୟାମ ମେହେର, ବିନୋଦ ସିଂ,କୁଶଲ ସିଂ ଠାକୁର, ବିଭୁତି ଭୁଷଣ ଦାସ ,କୈଲାଶ ସଗରିଆ ଉପସ୍ଥିତ ରହି ସଂଘର ପରବର୍ତି ବୈଠକ ଏବଂ ରୌପ୍ୟ ଜୟନ୍ତି ପାଳନ ପାଇଁ ମତାମତ ଦେଇଥିଲେ । ପରିଶେଷରେ ସଂଘର ସଂପାଦକ ଶେଖ ସମିମ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
Edited by k.s thakur...


