ଆମ ଆଦମୀ ପାର୍ଟି ର ୧୧ ନଂବର ଜୋନ କାର୍ଯ୍ଯକର୍ତ୍ତା ସମ୍ମିଳନୀ...

ଆମ ଆଦମୀ ପାର୍ଟି ର ୧୧ ନଂବର ଜୋନ କାର୍ଯ୍ଯକର୍ତ୍ତା ସମ୍ମିଳନୀ...

କଂଟାବାଞ୍ଜୀ, ୧୬/୧୧: ଆମ ଆଦମୀ ପାର୍ଟି ର ଜୋନ ସ୍ତରୀୟ କାର୍ଯ୍ଯକର୍ତ୍ତା ସମ୍ମିଳନୀ କଂଟାବାଞ୍ଜୀ ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ୧୧ ନଂବର ଜୋନର ବୈଠକ ଧାମନଡଂଗା ଠାରେ ସଂପନ୍ନ  ହୋଇ ଯାଇଛି। 

   Ad..



ପାର୍ଟି ର  ଧାମନଡଂଗା ପଂଚା ୟତ ସଭାପତି ଡୋଲାମଣି ମହତଙ୍କ ସଭାପତି ରେ ଆୟୋଜିତ ସଭାରେ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ସୁରଥ ବେହେରା ମୁଖ୍ଯ ଅତିଥି, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ କ୍ଷେତ୍ରବାସୀ ତାଣ୍ଡି ମୁଖ୍ଯ ବକ୍ତା, ଜୋନ ପ୍ରଭାରୀ ଗୋର୍ବଧନ ବେହେରା , କଂଟାବାଞ୍ଜୀ ଟାଉନ  ସଭାପତି ବିଷ୍ଣୁ ପୁଞ୍ଜି ସମ୍ମାନୀତ ଅତିଥି  ରୂପେ ଯୋଗ ଦେଇଥିଲେ । 

ଅତିଥିମାନେ ଆମ ଆଦମୀ ପାର୍ଟି ର ଶିକ୍ଷା, ସ୍ବାସ୍ଥ୍ୟ ବିଜୁଳି ପାଣି ରୋଜଗାର ର ନୀତି କୁ ଘରଘର ପହଂଚେଇବାର ସଂକଳ୍ପ  ନେଇ ଥିଲେ। ଏହି ଅବସରରେ ବିନୋଦ ପୁଟେଲଙ୍କୁ 11 ନଂବର ଜୋନ ସଭାପତି ରୂପେ ମନୋନୀତ କରା ଗଲା । ସଭାରେ ଅବସର ପ୍ରାପ୍ତ ଆଙ୍ଗନୱାଡି ସୁପରଭାଇଜର ସୁନିତି ରଣା, ବିଜେଡିରୁ କୃଷ୍ଣଚନ୍ଦ୍ର ସାହୁ ସହ ଅନ୍ୟ ଦଳର କର୍ମୀ ମାନେ ଆପରେ ଯୋଗଦେଲେ। 

ଏହି ଅବସରେ ଜଂବୁଛୁରା, ଗୋପାଳ ରଣା, ଭୀମରାଜ ଅଦା, ସୁରେନ୍ଦ୍ର ରଣା,ଯୁଲାମଣି ସୁନା, ଟିକେ ମାଝୀ ନିମାକର ମାଝୀ , ତୀର୍ଥ ରଣା, ବିସଂବରତାଣ୍ଡି, ଅଗଷ୍ଟ ହଂସ, ସରକାର ବଂଛୋର, ଗୋପୀ ଦାସ, ହରି ଦାସ,କେଶବ ମାଝୀ, ଦେବରାଜ ଲୁହା ପ୍ରମୁଖ ସହଯୋଗ କରି ଥିଲେ।







Edited by k.s thakur...

Post a Comment

Previous Post Next Post