ୟୁଥ କ୍ଲବ ର ପ୍ରୟାସ ଯୋଗୁଁ ଗାଁରେ ଲାଗିଲା ଏଲେଡି ଲାଇଟ...
କଣ୍ଟାବାଞ୍ଜି,୧୬/୧୧ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମରେ ଅନେକ ସମସ୍ୟା। ଅନେକ ମଧ୍ୟରେ ଗୋଟିଏ ସମସ୍ୟା ଥିଲା ବିଜୁଳି ଖୁଣ୍ଟ ରେ ରାତ୍ରୀ ସମୟରେ ଆଲୋକ ପ୍ରଦାନ କରିବା ପାଇଁ ଏଲେଡି ଲାଇଟ।
Ad..
ପଞ୍ଚାୟତ ରୁ ନେଇ ବ୍ଲକ ଅଧିକାରୀ ଙ୍କୁ ଅଭିଯୋଗ ଦେଇ ଦେଇ ଥକି ଗଲା ପରେ କୌଣସି ବାଟ ନ ବାହାରିବା ରୁ ଆଝି ସ୍ଥାନୀୟ ମାଁ ଦୁଆରସନୀ ୟୁଥ କ୍ଲବ ର ସଦସ୍ୟ ଭିଡ଼ିଲେ ଅଣ୍ଟା। ତେବେ ନିଜ ନିଜ ସଦସ୍ୟଙ୍କ ଠାରୁ ଗାଁରେ ଏଲେଡି ଲାଇଟ ଲଗେଇବା ପାଇଁ ଚାନ୍ଦା କରାଗଲା।
ଆଝି ସେହି କ୍ଲବ ର ଜଣେ ସଦସ୍ୟ ଯେ କି ଜଣେ ବିଦ୍ୟୁତ ମିସ୍ତ୍ରୀ ଅଟନ୍ତି ସୁରେନ୍ଦ୍ର ନିଆଲ ଙ୍କୁ ଡାକି କିଛି ଲାଇଟ ରିପୈରିଂ କରିବା ସହ ଅନ୍ୟ କିଛି ନୂତନ ଲାଇଟ ଲଗା ଯାଇଥିଲା। ସୂଚନା ଅନୁସାରେ ଗାଁରେ ମୋଟ ୯ ଟି ଲାଇଟ ଲାଗିଥିବା ବେଳେ କିଛି ମାସ ରୁ ତାହା ଖରାଵ ହୋଇ ଯାଇଥିଲା। ଆଝି ମାଁ ଦୁଆରସନୀ ୟୁଥ କ୍ଲବ ର ସଦସ୍ୟ ଙ୍କ ଚେଷ୍ଟା କ୍ରମେ ସବୁ ଖମ୍ବ ରେ ଲାଇଟ ଲଗା ଯାଇଥିଲା।
କ୍ଳବ ର ସଭାପତି ରାଜୁ ଛତ୍ରିଆ, ଉପ୍ ସଭାପତି ବୈକୁଣ୍ଠ କୁଅର୍ , ସମ୍ପାଦକ ନନ୍ଦୀ କିଶୋର ଚନ୍ଦନ, ସହ ସମ୍ପାଦକ ହରେ କୃଷ୍ଣ ମିଶ୍ର, କୋଷାଧ୍ୟକ୍ଷ ବୈକୁଠ ଚନ୍ଦନ୍, ସହ କୋଷାଧ୍ୟକ୍ଷ ଜଗତ ରାମ ମଲିକ, ଲାଇବ୍ରାରିିିଆନ ଆକାଶ ନାଗ ପ୍ରମୁଖ ସଦସ୍ୟଙ୍କ ପ୍ରଚେଷ୍ଟା କ୍ରମେ ଏହି କାର୍ଯ୍ୟ ହୋଇ ପାରିଥିଲେ।
Edited by k.s thakur...


