ତୁରକେଲାରେ ଲ୍ୟାମ୍ପସ ଓ ଧାନମଣ୍ଡି ଖୋଲିବାକୁ ଦାବୀ ମାସ ମାସ ବିତି ଗଲେ ମଧ୍ୟ ପ୍ରଶାସନ ର ନିଘା ନାହିଁ...
ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଗନ୍ଧର୍ଲା, ଶୁଣ୍ଢୀମୁଣ୍ଡା, ବଡପରା, ସାଲେମୁଡ଼ଗା, ବରକାନି ଓ ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା,କାଳକୁଟ, ଜାମ ପଡା,ଜାମଖୁଣ୍ଟା, ଘର୍ଲା, ଶ୍ରୀରାମ ଗାଁଗୁଡିକର ଜନସାଧାରଣଙ୍କୁ ସମବାୟ ସୁବିଧା ଯୋଗାଇବାକୁ ମଧ୍ୟ ସ୍ଥଳ ଗାଁ ତୁରେକେଲା ରେ ଏକ ଲ୍ୟାମ୍ପସ ସ୍ଥାପିତ ହୋଇଥିଲା ।
Ad..
ବର୍ତ୍ତମାନ ଏଠାରୁ ଜାମଖୁଣ୍ଟାସମବାୟ ସହିତ କାରବାର କରିବାକୁ ଅଞ୍ଚଳର ଚାଷୀ ଓ ଗୋଷ୍ଠୀଙ୍କୁ ଅନେକ ଅସୁବିଧା ହେଉଛି ।ସେମାନେ ପ୍ରାୟ ଦଶ /ପନ୍ଦର କିମି ଯିବାଆସିବା ପାଇଁ ଦିନଟିଏ ସମୟ ଅତିବାହିତ କରୁଥିବା ବେଳେ ଅନେକ ସମୟରେ କାମ କରି ପାରୁନାହାନ୍ତି ।
ଲ୍ୟାମ୍ପସରୁ ଧାନବିହନ, ସାରଆଣିବା, ଋଣମଞ୍ଜୁର କ୍ଷେତ୍ରରେ ବି ହଇରାଣ ହେଉଥିବା ବେଳେ ଏହି ଅଞ୍ଚଳରେ ଲ୍ୟାମ୍ପସର କୌଣସି ବିକ୍ରୟକେନ୍ଦ୍ର ମଧ୍ୟ ନାହିଁ । ଫଳରେ ଚାଷୀମାନେ ଅସାଧୁ ବେପାରୀଙ୍କ ଦ୍ଵାରା ଶୋଷଣର ଶିକାର ହେଉଛନ୍ତି । ଫସଲବୀମା ଆଦି ଅନେକ ସରକାରୀ ଯୋଜନାରୁ ବି ବଞ୍ଚିତ ହେଉଛନ୍ତି ।
ତୁରକେଲାରେ ଲ୍ୟାମ୍ପସର ପୁରୁଣା ଭିତ୍ତିଭୂମି ରହିଥିବା ବେଳେ ସାମ୍ପ୍ରତିକ ସ୍ଥିତିରେ ତୁରେକେଲା ଠାରେ ଲ୍ୟାମ୍ପସର ପୁନଃସ୍ଥାପନ ସହିତ ସାରବିକ୍ରୟ ଓ ଧାନମଣ୍ଡି ଖୋଲିବାକୁ ଅଞ୍ଚଳବାସୀ ଦାବୀ କରିଥିଲେ। ଏହି ଦାବୀ କୁ ମାସ ମାସ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ର ନିଘା ନାହିଁ। ଆଗାମୀ ଦିନରେ ଆନ୍ଦୋଳନ ତେଜିବା ର ସମ୍ଭାବନା ଦେଖା ଯାଉଛି।
Edited by k.s thakur...


