ତୁରେକେଲା ବ୍ଳକରେ ଶିକ୍ଷଣ ପରିପୂରଣର ମଧ୍ୟ ଅବଧି ପରୀକ୍ଷା ଆରମ୍ଭ...

ତୁରେକେଲା ବ୍ଳକରେ ଶିକ୍ଷଣ ପରିପୂରଣର ମଧ୍ୟ ଅବଧି ପରୀକ୍ଷା ଆରମ୍ଭ...

କଣ୍ଟାବାଞ୍ଜି,୧୭/୧୧ : ତୁରେକେଲା ବ୍ଳକରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ପଚିଶ ଦିନ ପୂର୍ତ୍ତି ଅବସରରେ ସମସ୍ତ ବିଦ୍ୟାଳୟରେ ମଧ୍ୟ ଅବଧି ପରୀକ୍ଷା ଆରମ୍ଭ ହୋଇଛି।
  Ad..



ପ୍ରଥମ ଦିବସରେ ତୃତୀୟ ଶ୍ରେଣୀରେ ଓଡ଼ିଆ ଭାଷା ଓ ଚତୁର୍ଥ ଶ୍ରେଣୀ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହୋଇଥିଲା।କରୋନା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବାରୁ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପଚାଶ ଦିନରେ ଶହେଟି ପିରିୟଡ଼ ନିର୍ଦ୍ଧାରିତ ହୋଇଛି।

ଆଜି ପ୍ରଥମ ଦିନରେ ଫକୀର ଚରଣ ବିଶି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ତୁରେକେଲା କ୍ଳଷ୍ଟର ଅନ୍ତର୍ଗତ ତୁରେକେଲା ଉଚ୍ଚ ବିଦ୍ୟାଳୟ, ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।






Edited by k.s thakur...

Post a Comment

Previous Post Next Post