୩ ଦଫା ଦାବିରେ ଆଜି ଠାରୁ ଦୁଇ ଦିନ ପାଇକମାଲ ବନ୍ଦ...

୩ ଦଫା ଦାବିରେ ଆଜି ଠାରୁ ଦୁଇ ଦିନ ପାଇକମାଲ ବନ୍ଦ...

ପଦ୍ମପୁର,୧୭/୧୧ : ୩ ଦଫା ଦାବି ପୂରଣ କୁ ନେଇ ଆଜିଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ଦୁଇ ଦିନ ପାଇଁ ପାଇକମାଲ ବନ୍ଦ ଡାକରା ଦିଆଯାଇଛି। ଏହା ମଧ୍ୟରେ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଇକମାଳ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି।
   Ad..



୩ ପ୍ରମୁଖ ଦାବି ମଧ୍ୟରେ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏରିଆ ହସ୍ପିଟାଲ ଘୋଷଣା, ପାଇକମାଳକୁ ବିଜ୍ଞପିତ ପରିଷଦ ଅଞ୍ଚଳ ଘୋଷଣା ଓ ପଦ୍ମପୁରକୁ ଜିଲ୍ଲା ଘୋଷଣା ନିମନ୍ତେ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର  ଅନେକ ସଂଗଠନ ଓ ସଂଘର କର୍ମକର୍ତ୍ତା ଏହି ବନ୍ଦରେ ସାମିଲ ହୋଇଛନ୍ତି। ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ,ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି ।

ସୂଚନାଯୋଗ୍ୟ, ପଦ୍ମପୁରକୁ ଜିଲ୍ଲା, ପାଇକମାଳକୁ ଏନଏସି, ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଘୋଷଣା  ଦାବିରେ ଗତକାଲି ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।  ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା  ମିଳିବ । ଏଥିସହ ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବି ଆଜିଠୁ ଆସନ୍ତା ୪୮ ଘଣ୍ଟା ପାଇଁ  ପାଇକମାଲ ବନ୍ଦ ଡାକରା ଦିଆଯାଇଛି।






Edited by k.s thakur...


Post a Comment

Previous Post Next Post